Odisha news

ବଦ୍ରିଙ୍କ ନେତୃତ୍ୱକୁ ସମର୍ଥନ କରି ଘଟଗାଁ ବ୍ଲକ ପଇଦାପାଟଣାର ବିଜେପି କର୍ମୀ ବିଜେଡିରେ ଯୋଗଦେଲେ 

0
କେନ୍ଦୁଝର : ଘଟଗାଁ ବ୍ଲକ  ପଇଦାପାଟଣା ପଞ୍ଚାୟତର ପଇଦାପାଟଣା ଗ୍ରାମର ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ରଙ୍କ ଦୃଢ଼ ନେତୃତ୍ୱ ପ୍ରତି ସମର୍ଥନ ଜଣାଇ ବହୁ ବିଜେପି କର୍ମୀ ରବିବାର ଦିନ ବିଜେଡି ଦଳରେ ଯୋଗଦେଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ ବିଧାୟକ ବଦ୍ରିନାରାୟଣ ପାତ୍ର ଦୀର୍ଘ ୨୫ବର୍ଷ ଧରି ଉକ୍ତ ଅଞ୍ଚଳରେ ପ୍ରତିନିଧିତ୍ଵ କରି ବହୁ ଉନ୍ନୟନ କାର୍ଯ୍ୟକରି ସଫଳ ଅର୍ଜନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ପାତ୍ରଙ୍କର ଦୃଢ଼ ସଂଗଠନ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ବିଜେପି କର୍ମୀ ସ୍ଵତଃସ୍ପୃତ ଭାବେ ବିଜେଡି ଦଳରେ ଯୋଗଦେଇଛନ୍ତି। ଉକ୍ତ ମିଶ୍ରଣ ପର୍ବରେ ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ବିଜେଡିର ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଉପସ୍ଥିତ ଥିଲେ। ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ଘଟଗାଁ ବ୍ଲକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରା ସଭାପତିତ୍ବ କରିଥିଲେ। ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ଖଇର ନାଏକ, ଘଟଗାଁ ବ୍ଲକ ଅଧ୍ୟକ୍ଷା କମଳୀନି ନାଏକ, ପୂର୍ବତନ ଜିଲ୍ଲା ପରିଷଦ ପାର୍ଥିନୀ ସୁମିତ୍ରା ମହାନ୍ତ, ଏସ.କେ ମୋବିନ ଏବଂ ବିଜେଡିର ବରିଷ୍ଠ କର୍ମ କର୍ତ୍ତାମାନେ ଯୋଗଦେଇଥିଲେ। ଚଳିତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ନୂତନ ଭାବେ ମିଶିଥିବା ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ।
Leave A Reply