ଦଶପଲ୍ଲା ୨୦/୫ : ବିଦ୍ୟାଳୟ ପୁନଃ ଚାଲୁ କରିବା ଦାବିରେ ଦଶପଲ୍ଲା ବ୍ଲକ ଡିହଗାଓଁ ପଂଚାୟତ ୧ନଂ ୱାର୍ଡ ର ଖଇରାପଙ୍କାଳ ସାହି ଗ୍ରାମର ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଛନ୍ତି । ୧୯୯୧ ମସିହାରେ ଏଠାରେ ଖାଇରା ପଙ୍କାଳ ସାହି ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଗତ କରୋନା ସମୟ ରେ ଏହି ବିଦ୍ୟାଳୟ କୁ ବନ୍ଦ କରି ଦିଆଯାଇଥିବା ବେଳେ ପରେ ଏହାକୁ ଖୋଲା ଯାଇ ନଥିଲା । ଏହି ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ନାଁ ଅନ୍ୟ ବିଦ୍ୟାଳୟ କୁ ଚାଲିଯାଇଥିବା ବେଳେ ବିଦ୍ୟାଳୟ କୁ ଶିକ୍ଷାବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା । ଏପରିକି ଏହି ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ କିମ୍ବା ପୋଷାକ ପ୍ରଦାନ କରାଯାଇ ନଥିଲା । ଯାହାକୁ ନେଇ ଗ୍ରାମବାସୀ ମାନେ ବିରୋଧ କରିବା ସହ ଭୋଟ ବର୍ଜନ କରିଛନ୍ତି । ଏହି ୱାର୍ଡ ର ପ୍ରାୟ ୪୭୮ ଭୋଟର ଙ୍କ ମଧ୍ୟରୁ ଜଣେ ଭୋଟ ଦେଇଥିବା ବେଳେ ଅନ୍ୟ ଭୋଟର ମାନେ ବିଦ୍ୟାଳୟ ସମ୍ମୁଖରେ ବସି ରହିଥିଲେ । ଫଳରେ ଦଶପଲ୍ଲା ବ୍ଲକ ର ୧୦୮ ନଂ ବୁଥ ରେ ଜଣେ ଭୋଟ ଦେଇଥିବା ବେଳେ ଆଉ କୌଣସି ଭୋଟର ଭୋଟ ଦେଇ ନଥିଲେ ସେହିପରି ବିଗତ ବର୍ଷ ପରି ଚଳିତ ବର୍ଷ ଦୁଡା ପଂଚାୟତ ର ରାଣୀଝରି,ବାଇଝରି, ସିରିକିଡି, ମାଣ୍ଡିବିଡ଼ା ଗ୍ରାମର ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଥବା ଜଣାପଡିଛି ।