କାକଟପୁର 20/5 କାକଟପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ତୁଷାର କାନ୍ତି ବେହେରା ପୁଣି ବିଜୟ ର ଲକ୍ଷ ନେଇ ନିଜ ନିଜର କର୍ମୀ ନେତୃବୃନ୍ଦ ଙ୍କ ସହିତ ବିଭିନ୍ନ ପଞ୍ଚାୟତ ରେ ବାଇକ ଶୋଭାଯାତ୍ରା କରିବା ସହ ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ବରିଷ୍ଠ କର୍ମୀ ମାନଙ୍କର ଆର୍ଶୀବାଦ ନେଉଛନ୍ତି l କଟକଣା,ପାଟସୁନ୍ଦରପୁର, ଭଣ୍ଡାଘର,କଣ୍ଟାପଡା, ସୁହାଗପୁର ପଞ୍ଚାୟତ ରେ ମାରାଥନ ପ୍ରଚାର କରିବା ସହ ଶୋଭାଯାତ୍ରା ରେ ଯାଇ ବେଲବଣ ମଠ ଠାରେ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା l ଶ୍ରୀ ବେହେରା ଙ୍କ ସହିତ ଜ୍ୟୋତିର୍ମୟ ଦଳାଇ, ଗଗନ ଦାଶ,ଯୁବ ନେତା ବିଶ୍ୱଜିତ ଦାଶ, ଦୀପକ ଶତପଥି, ପ୍ରକାଶ ମହାରଣା, ଅମିତ ଖୁଣ୍ଟିଆ, ସୁକାନ୍ତ ନାୟକ ଓ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ହଜାର ହଜାର କର୍ମୀ ଯୋଗ ଦେଇ ଶ୍ରୀ ବେହେରା ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବଜ୍ର ଶପଥ ନେଇଥିଲେ l