ଦଶପଲ୍ଲା ୨୦/୫ : ଦଶପଲ୍ଲା ବିଧାନ ସଭା ଆସନ ଓ କନ୍ଧମାଳ ଲୋକ ସଭା ଆସନ ପାଇଁ ଭୋଟ ଶେଷ ହୋଇଛି । ଖବର ଲେଖାଯିବା ସୁଧା ୬୯% ରୁ ଉର୍ଦ୍ଧମତଦାନ ହୋଇଥିବା ବେଳେ ଏବେବି କେତକ ବୁଥ ରେ ମତଦାନ ଜାରି ରହିଛି । ୨୩୪ ଟି ମତଦାନ କେନ୍ଦ୍ର ରେ ଏହି ଭୋଟ ଅନୁଷ୍ଠିତ ହୋଇଥିଲା । ଦଶପଲ୍ଲା ନିର୍ବାଚନ ମଣ୍ଡଳୀଟି ଦଶପଲ୍ଲା,ଗଣିଆ ଓ ନୂଆଗାଓଁ ବ୍ଲକ କୁ ନେଇ ଗଠିତ । ସକାଳ ୭ ଘଂଟିକାରୁ ଏହିଭୋଟ ଆରମ୍ଭ ହୋଇଥିବା ବେଳେ ସମସ୍ତ ଭୋଟ କେନ୍ଦ୍ର ରେ ଭୋଟର ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତାଙ୍କ ସହଧର୍ମିଣୀ ଙ୍କ ସହ ଆସି ଭୋଗରା ସ୍ଥିତ ୧୨୦ ନଂ ବୁଥ ରେ ଲାଇନ ରେ ଠିଆହୋଇ ଭୋଟ ଦେଇଥିଲେ । ମଧ୍ୟାହ୍ନ ସମୟ ରେ ଖରା ସତ୍ତ୍ୱେ ଭୋଟର ମାନେ ଧାଡିରେ ଠିଆ ହୋଇ ସେମାନଙ୍କ ଭୋଟ ଦେଇଥିଲେ । ଦୁଇଟି ବୁଥ ରେ ପ୍ରଥମେ ଭୋଟିଂ ମେସିନ ଖରାପ ହେବାରୁ ଭୋଟ ଆରମ୍ଭରେ ସାମାନ୍ୟ ବିଳମ୍ବ ହୋଇଥିଲା । ଏପରିକି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଙ୍ଗୁ ଦଶପଲ୍ଲା ବ୍ଲକ ୯୭ ନଂ ବୁଥ ର ଜଣେ ମହିଳା ପୁଲିଙ୍ଗ ଅଧିକାରୀ ଚେତା ଶୂନ୍ୟ ହୋଇ ପଡ଼ିଥିବା ବେଳେ କିଛି ସମୟ ପରେ ସେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ବିଶେଷ ଭାବେ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।