Odisha news

ଭୋଟ ଦେଲେ ଶତାୟୁ ବୃଦ୍ଧା

0
ଦଶପଲ୍ଲା: ଗଣତନ୍ତ୍ର ର ମହାପର୍ବ ନିର୍ବାଚନ ରେ ସାମିଲି ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି ଜଣେ ଶତାୟୁ ବୃଦ୍ଧା । ବୃଦ୍ଧା ଙ୍କ ନାମ ଦୁଖୀ ବେୱା ଓ ତାଙ୍କର ବୟସ ୧୦୪ ବର୍ଷ ତାଙ୍କ ଘର ଦଶପଲ୍ଲା ଏନ ଏ ସି ସ୍ଥିତ  କୃଷ୍ଣଚନ୍ଦ୍ରପୁର ପାଟଣା ଗ୍ରାମରେ। ନିଜ ହାତରେ ନିଜର ଆଧାର କାର୍ଡ ଧରି ଇକୋ ଫ୍ରେଣ୍ଡଲି କ୍ଲବ ର ସଦସ୍ୟ ଙ୍କ ସହଯୋଗ କ୍ରମେ  ସ୍ଥାନୀୟ ଆର ଏମ ଜେ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ୧୨୫ ନଂ ବୁଥ ରେ ପହଂଚି ସେ ତାଙ୍କର ମତଦାନ କରିଥିଲେ ।ଶତାୟୁ ବୃଦ୍ଧା ଙ୍କୁ ଭୋଟ କେନ୍ଦ୍ର ରେ ଦେଖି ଉପସ୍ଥିତ ଅନ୍ୟ ଭୋଟର ମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
Leave A Reply