Odisha news

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

0

ଭୁବନେଶ୍ୱର- ତା.୨୦.୦୫.୨୦୨୪-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଓଡିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀର ସଭାପତି ଓ ଉପସଭାପତିଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଭୟ ଏକାଡେମୀର ଏହି ଦୁଇ ପଦବୀ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟକାଳ ଆଜି ପୂରଣ ହୋଇଥିବାରୁ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ । ସେହିଭଳି ଓଡିଶା ଲଳିତକଳା ଏକାଡେମୀ ସଚିବ ଶ୍ରୀ ପଞ୍ଚାନନ ସାମଲଙ୍କ କାର୍ଯ୍ୟକାଳ ଆଜି ପୂରଣ ହେଉଥିବାରୁ ତାଙ୍କ ସ୍ଥାନରେ ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହ ଓଡିଶା ଉର୍ଦୁ ଏକାଡେମୀ ସଚିବ ଡଃ ସୟେଦ ମୁସିର ଆଲାମଙ୍କ ସ୍ଥାନରେ ବିଭାଗୀୟ ଉପ ନିର୍ଦ୍ଦେଶକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଡଃ ଆଲାମଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଥିବା ଦୃଷ୍ଟିରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶ୍ରୀମତୀ ମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।
ଆଜି ବିଭାଗ ପକ୍ଷରୁ ବିଦାୟୀ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply