Odisha news

ଏକ କୋଟିରୁ ଉର୍ଦ୍ଧ ଜନଜାତିଙ୍କ ସାମଗ୍ରୀକ ଵିକାଶ ନବୀନ ଗ୍ୟାରେଣ୍ଟି : ବିଜେଡି

0

 ବିଜେପିର ଜନଜାତି ଵିକାଶ ନାରା କେବଳ କୁମ୍ଭୀର କାନ୍ଦଣା
 ଓଡ଼ିଶାରେ ଟ୍ରାଇବାଲ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପରି ନ୍ୟାର୍ୟ୍ୟ ଦାବିକୁ କେନ୍ଦ୍ରର ନା
 ୧୦, ୦୦୦ ଜନଜାତି ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ଲକ୍ଷ୍ୟ
ଭୁୁବନେଶ୍ୱର, ୨୦/୦୫/୨୦୨୪: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ଜନଜାତି ସମ୍ପ୍ରଦାୟର ଵିକାଶ ପାଇଁ ନବୀନ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଛନ୍ତି ବୋଲି କହିବା ସଂଗେ ସଂଗେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରଙ୍କ କୌଣସି ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଥିଲେ କ୍ଷ ଭାରତରେ ବାସ କରୁଥିବା ସମୁଦାୟ ଜନଜାତି ମଧ୍ୟରୁ ପ୍ରାୟ ୯.୨ ପ୍ରତିଶତ ଓଡ଼ିଶାରେ ବାସ କରୁଥିବା ବେଳେ ଓଡ଼ିଶାର ସମୁଦାୟ ଲୋକସଂଖ୍ୟା ମଧ୍ୟରୁ ୨୨.୮ ପ୍ରତିଶତ ଜନଜାତି ସମ୍ପ୍ରଦାୟର କ୍ଷ ଭାରତର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାରେ ବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କ ସଂଖ୍ୟା ସର୍ବାଧିକ କ୍ଷ ମଧ୍ୟପ୍ରଦେଶରେ ବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କ ସଂଖ୍ୟା ତାଙ୍କ ସମୁଦାୟ ଜନସଂଖ୍ୟାର ୨୧.୧ ପ୍ରତିଶତ କ୍ଷ ଏହି ପରିସଂଖ୍ୟାନକୁ ଉପସ୍ଥାପନ କରିବା ସଂଗେ ସଂଗେ ଡ଼ଃ ପଟ୍ଟନାୟକ ଜନଜାତି ସମ୍ପ୍ରଦାୟର ଵିକାଶ ବିନା ଓଡ଼ିଶାର ସାମଗ୍ରିକ ଵିକାଶ କରିବା ସମ୍ଭବ ନୁହେଁ କ୍ଷ ସେଥିପାଇଁ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାରରେ ଏହାର ପଞ୍ଚମ ଗ୍ୟାରେଣ୍ଟି ଭାବେ ଜନଜାତି ସମ୍ପ୍ରଦାୟର ଵିକାଶ ରହିଛି  l
ଡ଼ଃ ପଟ୍ଟନାୟକ କହିଥିଲେ, ଭାରତୀୟ ଜନତା ପାର୍ଟିର ନେତାମାନେ ତାଙ୍କର ନିର୍ବାଚନୀ ସଭାରେ ଓଡ଼ିଶାର ଜନଜାତି ସମ୍ପ୍ରଦାୟର ଵିକାଶ ପାଇଁ କେବଳ କୁମ୍ଭୀର କାନ୍ଦଣା କରୁଛନ୍ତି, ବାସ୍ତବରେ ଏଥିପ୍ରତି ତାଙ୍କର କୌଣସି ଆନ୍ତରିକତା ନାହିଁ କ୍ଷ ଜନଜାତି ସମ୍ପ୍ରଦାୟର ଵିକାଶ ପାଇଁ ବିଜୁ ଜନତା ଦଳର ବିଭନ୍ନ ଦାବି ପ୍ରତି କେନ୍ଦ୍ର ଉଦାସୀନତାକୁ ପ୍ରକାଶ କରିବା ସଂଗେ ସଂଗେ ଆପଣମାନଙ୍କ ମାଧ୍ୟମରେ ବିଜେପି ନେତୃତ୍ୱଙ୍କ ସାମ୍ନାରେ କିଛି ପ୍ରଶ୍ନ ରଖୁଛି କ୍ଷ ଜନଜାତି ସମ୍ପ୍ରଦାୟର ପାଞ୍ଚଟି ଭାଷା ଯଥା ହୋ, ମୁଣ୍ଡାରୀ, କୁଇ, ସଉରା ଓ ଭୂମିଜକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି କର୍ଣପାତ କରୁ ନାହାନ୍ତି କ୍ଷ ତାଛଡା, ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ସତ୍ୱେ ଓଡ଼ିଶାରେ ବାସ କରୁଥିବା ୧୬୪ ପ୍ରଜାତିର ଜନଜାତି ସମ୍ପ୍ରଦାୟଙ୍କୁ ଜନଜାତି ବର୍ଗର ପରିଚୟ ଏପର୍ୟ୍ୟନ୍ତ ମିଳି ପାରି ନାହିଁ କ୍ଷ ବହୁବର୍ଷ ଏହି ଦାବି ପ୍ରତି ଟାଳଟୁଳ ନୀତି ଅଵଲଂବନ କରିବା ପରେ ନିର୍ବାଚନ ସମ୍ମୁଖରେ ଥିବାରୁ ମାତ୍ର ୪୦ତି ପ୍ରଜାତିକୁ ଜନଜାତି ପରିଚୟ ପ୍ରଦାନ କରାଯାଇଛି କ୍ଷ ସେହିପରି, ଓଡ଼ିଶାରେ ସର୍ବାଧିକ ଜନଜାତି ବାସ କରୁଥିବା ବେଳେ ଓଡ଼ିଶାରେ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ଦାବୀକୁ ଆଗ୍ରହ୍ୟ କରି ଆନ୍ଧ୍ର ପ୍ରଦେଶରେ ପ୍ରତିଷ୍ଠା କରାଯାଇଛି କ୍ଷ ରାଜ୍ୟର କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ରିହାତି ସ୍ୱରୂପ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗା ଯାଇଥିବା ଜିଏସଟିକୁ ଉଛେଦ କରିବା ପାଇଁ ବାରମ୍ବାର ଓଡିଶା ସରକାର ଦାବୀ କରି ଆସୁଥିଲେ ମଧ୍ୟ କେନ୍ଦ୍ର ଏହାକୁ ଅଣଦେଖା କରି ଆସୁଛନ୍ତି l
ଅପରପକ୍ଷରେ, ନବୀନଙ୍କ ନେତୃତ୍ତ୍ଵାଧିନ ରାଜ୍ୟ ସରକାର ଜନଜାତି ସମ୍ପ୍ରଦାୟ ବିକାଶ ପାଇଁ ସମର୍ପିତ ଅଛନ୍ତି କ୍ଷ କେନ୍ଦୁପତ୍ର ତୋଳାଳୀ ଭାବେ କାର୍ୟ୍ୟରତ ପ୍ରାୟ ଦଶଲକ୍ଷ ଜନଜାତିଙ୍କ ହିତ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରତି କେରିର ମୂଲ୍ୟ ଦୁଇ ଟଙ୍କା ବଢ଼ାଇଛନ୍ତି ଓ ୫୦ ପ୍ରତିଶତ ବୋନସ ବୃଦ୍ଧି କରିଛନ୍ତି କ୍ଷ ଓଡ଼ିଶାରେ ନିର୍ମିତ୍ତ ହୋଇଥିବା ତିନୋଟି ନୂଆ ମେଡିକାଲ କଲେଜର ନାମ ଜନଜାତି ସମ୍ପ୍ରଦାୟର ମହାପୁରୁଷ ମାନଙ୍କ ନାମରେ ନାମିତ ହୋଇଛି କ୍ଷ ସେହିପରି ରାଉରକେଲାରେ ନିର୍ମିତ୍ତ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିଅମ ମଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହୋଇଛି କ୍ଷ ଜନଜାତିଙ୍କ ସମୃଦ୍ଧ କଳା, ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଓ ଉତ୍ଥାନ ପାଇଁ ରାଜ୍ୟର ୨୩ଟି ଜିଲ୍ଲାରେ ସ୍ପେସିଆଲ ଡେଭେଲପମେଣ୍ଟ କାଉନସିଲ ଗଠନ କରାଯାଇଛି କ୍ଷ ଉଲ୍ଲେଖଯୋଗ୍ୟ, ଭାରତର କୌଣସି ରାଜ୍ୟରେ ଏପରି କାଉନସିଲ ଗଠନ କରା ଯାଇନାହିଁ କ୍ଷ ଏହି କାଉନସିଲ ଗୁଡିକୁ ପ୍ରତି ବର୍ଷ ମିଳୁଥିବା ଅନୁଦାନକୁ ଦ୍ଵିଗୁଣ କରାଯିବ ବୋଲି ବିଜେଡି ଏହାର ଘୋଷଣାପତ୍ରରେ ପ୍ରକାଶ କରିଛି କ୍ଷ ଜନଜାତି ସମ୍ପ୍ରଦାୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣା ଶିକ୍ଷା ଓ ହଷ୍ଟେଲ ବ୍ୟବସ୍ଥା ଉପଲବ୍ଧ କରା ଯାଇଥିବା ବେଳେ ଶିକ୍ଷା ବୃତ୍ତି ମଧ୍ୟ ପ୍ରଦଶନ କରା ଯାଉଛି କ୍ଷ ବିଜେଡିର ଘୋଷଣାପତ୍ରରେ ୧୦,୦୦୦ ଜନଜାତି ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବି କରିବା ଲକ୍ଷ୍ୟରେ ଆସନ୍ତା ଦଶ ବର୍ଷରେ ଦଶ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରକାଶ କରା ଯାଇଛି lଏହି ପରିପ୍ରେକ୍ଷୀରେ, ଓଡ଼ିଶାର ଜନଜାତି ଭାଇ ଭଉଣୀ ମାନଙ୍କ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରତିଶ୍ରୁତି କୁମ୍ଭୀର କାନ୍ଦଣା ସଦୃଶ୍ୟ କ୍ଷ

Leave A Reply