ଆଇନଷ୍ଟାଇନ ଙ୍କ ପିଲାବେଳ ମ୍ୟୁନିଖ ରେ ଅତିବାହିତ ହୋଇଥିଲା, କିନ୍ତୁ ପରେ ସେ ୧୮୯୬ ରେ ଜର୍ମାନୀ ର ନାଗରିକତା ଛାଡି ଓ ୧୯୦୧ ରେ ସୁଇସ ନାଗରିକତା ଗ୍ରହଣ କରିଥିଲେ l ଜର୍ମାନୀ ର ଚାନ୍ସ ସେଲ୍ର ହିଟଲର ହେବା ପରେ ଜର୍ମାନୀ ର ଶତ୍ରୁ ମାନଙ୍କର ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିଲା, ଏଥିରେ ଆଇନଷ୍ଟାଇନ ଙ୍କ ନାମ ମଧ୍ୟ ସାମିଲ ଥିଲା l ଦୁନିଆର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଙ୍କ ଜନ୍ମ ଉସୀ ଜର୍ମାନୀର ଗୋଟିଏ ଇହୁଦୀ ପରିବାରରେ ହୋଇଥିଲା, ଯେଉଁଠି ଲୋକେ ଇହୁଦୀ ମାନଙ୍କୁ ଘୃଣା କରୁଥିଲେ l ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ର ଅବସ୍ଥା ଖୁବ ଖରାପ ହୋଇଯାଇ ଥିଲା l ଏପରି ସ୍ଥିତିରେ ଅଷ୍ଟ୍ରିୟା ରେ ଜନ୍ମିତ ଏଡୋଲ୍ଫ ହିଟଲର ଦେଶର ସ୍ଥିତି ଓ ଲୋକ ମାନଙ୍କର ଏଭଳି ଭାବନାର ଫାଇଦା ଉଠାଇ ଜର୍ମାନୀ ଉପରେ ନିଜର ରାଜୁତି ଆରମ୍ଭ କରିଥିଲେ ଏବଂ ଇହୁଦୀ ମାନଙ୍କର ବିନାଶ ପାଇଁ ଦୃଢ ସଂକଳ୍ପ କରିଥିଲେ l ଏହା ସେହି ସମୟ ଥିଲା ଯେତେବେଳେ ଆଇନଷ୍ଟାଇନ ଙ୍କୁ ଦେଶର ସ୍ଥିତିକୁ ଦେଖି ଓ ରୋଜଗାର କୁ ଦେଖି ଜର୍ମାନୀ ଛାଡି ଆମେରିକା ରେ ରହିବା ପାଇଁ ସ୍ଥିର କରିଥିଲେ l ଏବଂ ଗୋଟିଏ ସମୟ ଏଭଳି ମଧ୍ୟ ଆସିଲା ଯେତେବେଳେ ହିଟଲର ଅଇନିସ୍ଟାଇନ ଙ୍କ ହତ୍ୟା ପାଇଁ ୫ହଜାର ଡଲାର ର ପୁରସ୍କାର ରାଶି ଘୋଷଣା କରିଥିଲେ l
୧୪ ମାର୍ଚ୍ଚ ୧୮୭୯ ରେ ଆଲବର୍ଟ ଅଇନିସ୍ଟାଇନ ଙ୍କ ଜନ୍ମ ଦକ୍ଷିଣ ଜର୍ମାନୀ ର ଉଲମ ସହର ରେ ଗୋଟିଏ ଇହୁଦୀ ପରିବାରରେ ହୋଇଥିଲା l ସେହି ସହରରେ ଅଧିକାଂଶ ଲୋକେ ଗଣିତଜ୍ଞ ଥିଲେ, ଯାହାର ପ୍ରଭାବ ଅଇନିସ୍ଟାଇନ ଙ୍କ ଉପରେ ପଡିଥିଲା l ଆଇନିସ୍ଟାଇନ ଙ୍କ ପିତା ତାଙ୍କ ନାମ ନିଜ ପିତାଙ୍କ ନାମ ଅନୁସାରେ ଆଲବର୍ଟ ରଖିଥିଲେ l ସେ ନିଜ ପୁତ୍ରଙ୍କୁ ଇଂଜିନିୟର କରିବାକୁ ଚାହୁଁଥିଲେ, କିନ୍ତୁ ଭାଗ୍ୟ କୁ ଆଉକିଛି ମଂଜୁର ଥିଲା l ଆଇନିସ୍ଟାଇନ ଇଂଜିନିୟର ତ ହୋଇପାରିଲେ ନାହିଁ, କିନ୍ତୁ ଇଂଜିନିୟରିଂ କୁ ଅନେକ ସିଦ୍ଧାନ୍ତ ତାଙ୍କରି ଦାନ l
ପୁନର୍ବାର ଆଇନିସ୍ଟାଇନ ୧୯୧୩ ରେ ବର୍ଲିନ ଫେରିଥିଲେ, ଯେଉଁଠି ତାଙ୍କୁ ୟୁନିଭର୍ସିଟି ଅଫ ବର୍ଲିନ ରେ କ୍ୟାନ୍ସର ବେଲହେମ୍ ଇନସ୍ଟିଚିୟୁତ ଅଫ ଫିଜିକ୍ସ ର ନିର୍ଦେଶକ କରିଦିଆ ଯାଇଥିଲା l ଅନ୍ୟ ପଟରେ ପ୍ରଥମ ବିଶ୍ୱଯୁଦ୍ଧ ରେ ପରାଜୟ ଲାଭ କରିବା ପରେ ଆର୍ଥିକ ଭାବରେ ଜର୍ମାନୀ ର ସ୍ଥିତି ଖରାପ ହେବାକୁ ଲାଗିଲା l ଲୋକେ ତ୍ରାହି ତ୍ରାହି ଡାକୁଥିଲେ, ହିଟଲର ଏଭଳି ପରିସ୍ଥିତି ର ସୁବିଧା ନେଇ ନିଜର ପ୍ରଭାବ ବିସ୍ତାର କରିବାକୁ ଲାଗିଥିଲl ଏବଂ ଏପରିସ୍ଥିତି ରେ ଇହୁଦୀ ମାନଙ୍କର ବିରୁଦ୍ଧରେ ଜର୍ମାନୀ ର ଘୃଣା ବଢ଼ିବାରେ ଲାଗିଲା l
ହିଟଲର ଚାନ୍ସେଲର ହେବା ପୂର୍ବରୁ ୧୯୩୨ ରେ ଆଇନିସ୍ଟାଇନ ଜର୍ମାନୀ ଛାଡି ଆମେରିକା ଚାଲିଗଲେ, ଯେଉଁଠି ତାଙ୍କୁ ନିୟୁ ଜର୍ସି ରେ ଆଡ଼ଭାନ୍ସ ଷ୍ଟଡି ରେ ସ୍ଥାନ ମିଳିଥିଲା l ଠାରେ ସେ ଆମେରିକା ଯିବା ପରେ ଆଉ ଜର୍ମାନୀ ଫେରି ନଥିଲେ l ୧୯୩୩ ରେ ହିଟଲର ଜର୍ମାନୀ ର ଚାନ୍ସେଲର ହେବା ପରେ ଇହୁଦୀ ମାନଙ୍କ ବିନାଶ ପାଇଁ ଗୋଟିଏ ସାର୍ବଜନିକ ଅଭିଯାନ ଆରମ୍ଭ କରିଥିଲେ l ଇହୁଦୀ ସାହିତ୍ୟ କୁ ଖୋଜି ଖୋଜି ଜଳାପୋଡ଼ା କରାଯାଇଥିଲା ଏବଂ ଖୋଜି ଖୋଜି ଇହୁଦୀ ମାନଙ୍କୁ ହତ୍ୟା କରାଯାଉଥିଲା l
ଏହାପରେ ହିଟଲର ଇହୁଦୀ ମାନଙ୍କର ଗୋଟିଏ ତାଲିକା ପ୍ରସ୍ତୁତ କରିଥିଲେ, ଯାହାଙ୍କୁ ସିଏ ଜର୍ମାନୀ ର ଶତ୍ରୁ ବୋଲି ଭାବୁଥିଲେ ଏବଂ ସେଥିରେ ଆଇନିସ୍ଟାଇନ ଙ୍କ ନାମ ସାମିଲ ଥିଲା l ଏବଂ ଯିଏ ଆଇନିସ୍ଟାଇନ ଙ୍କୁ ହତ୍ୟା କରିବ ତାକୁ ୫ହଜାର ଡଲାର ପୁରସ୍କାର ଦେବାର ଘୋଷଣା ହୋଇଥିଲା l କିନ୍ତୁ ଆଇନିସ୍ଟାଇନ ନିଜ ଗବେଷଣା ରେ ମାନବ ସେବା ପାଇଁ ନିୟୋଜିତ କରିଥିବା ସମୟ ରେ ହିଟଲର ଅପ୍ରେଲ ୩୦ ୧୯୪୫ ରେ ନିଜକୁ ହତ୍ୟା କରିଥିଲେ, ଏବଂ ଏହାର ୧୦ ବର୍ଷ ପରେ ୧୯୫୫ ରେ ଆଇନିସ୍ଟାଇନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l