ଆଠଗଡ଼ ତା ୧୯-୦୫-୨୪ ଆଗାମୀ ସାଧାରଣ ନିର୍ବାଚନ କୁ ଶୃଙ୍ଖଳିତ ଭାବରେ ସାରିବା ପାଇଁ ଆଜି ଆଠଗଡ଼ ପୋଲିସ ପକ୍ଷରୁ ଏକ ଫ୍ଲାଗ ମାର୍ଚ୍ଚ କରା ଯାଇଛି। ହିମାଚଳ ପ୍ରଦେଶର ଗୋଟିଏ କମ୍ପାନୀ ପୋଲିସ ଫୋର୍ସ ସହିତ କଟକ ଗ୍ରାମାଞ୍ଚଳ ପୋଲିସ ର ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ଏହି ଫ୍ଲାଗ ମାର୍ଚ୍ଚ ରେ ଯୋଗ ଦେଇଥିଲେ। ଏହି ମାର୍ଚ୍ଚ ଆଠଗଡ଼ ବୀରକିଶୋର ପୁର ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ରଥଗଡା ଛକ ଠାରେ ସମାପ୍ତ ହୋଇଥିଲା। ଏଥିରେ କଟକ ଗ୍ରାମାଞ୍ଚଳ ଏସ ପି ଏଲ୍ ଦିବ୍ୟା, ଅତିରିକ୍ତ ଏସ ଟି ଦେବଦତ୍ତ ବରାଳ, ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ, ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ନିର୍ବାଚନୀ ମାହୋଲ ଧିରେ ଧିରେ ସରଗରମ ହେଉଥିବା ବେଳେ ଗ୍ରାମାଞ୍ଚଳ ରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଏହାର ନିରାକରଣ ସହିତ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଫ୍ଲାଗ ମାର୍ଚ୍ଚ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗ୍ରାମାଞ୍ଚଳ ଏସ ପି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।