ବେତନଟୀ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ତାର ପ୍ରଚାର ଜାରି ରଖିଥିବାର ଦେଖାଯାଇଛି |ଗତ କାଲି ୩୭ନଂ ଜୋନର ୯ ଟି ପଞ୍ଚାୟତରେ ହଜାର ହଜାର ସଂଖ୍ୟାର କର୍ମୀ ବାଇକ ରାଲି କରିଥିବାବେଳେ ଆଜି ୩୬ ନଂ ଜୋନ୍ରେ ପ୍ରଚାର ଜାରି ରହିଥିଲା।ଏହି ଜୋନ୍ ର ମଣ୍ଡଳ ସଭାପତି ରତିକାନ୍ତ ମହାନ୍ତ ଙ୍କ ପରିଚାଳନାରେ ବାଇକ ରାଲି ବୈଶିଙ୍ଗା ସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ବାହାରି ବୈଶିଙ୍ଗା , କେନ୍ଦୁଆ,ସନ୍ତରା, ହାତୀଝୁରୀ, ଆଗ୍ରିଆ, ନଡପୁର,ପାଟଳିପୁରା ପଞ୍ଚାୟତ ପରିକ୍ରମା କରିଥିଲା । ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି ଏକ ସୁସଜ୍ଜିତ ରଥରେ ରହି ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସାଧାରଣ ଜନତା ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଲୋକାଭିମୂଖି ଯୋଜନା ସମ୍ବନ୍ଧରେ ଉଦବୋଧନ ଦେଉଥିବାର ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଭିନ୍ନ ପଞ୍ଚାୟତର ବିଜେଡିର କିଛି ଆଗ ଧାଡିର କର୍ମୀ ପ୍ରଧାନମନ୍ତ୍ରୀ ଙ୍କ ପ୍ରତି ଆକୃଷ୍ଟ ହୋଇ ସନାତନ ବିଜୁଳି ଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଉଥିବାର ନଜର କୁ ଆସିଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ରାଲିରେ ବହୁ ବରିଷ୍ଠ ନେତାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।