ଛାତ୍ର ସୁରକ୍ଷା ମଂଚ ପକ୍ଷରୁ ଯୁବ ଛାତ୍ର ସମାବେଶ : ରାଜନଗର ବିକାଶ ପକ୍ରିୟା ତ୍ୱରାନ୍ୱିତ ପାଇଁ ଧ୍ରୁବଙ୍କୁ ସମର୍ଥନ ଘୋଷଣା ।
ରାଜନଗର : ରାଜନଗରସ୍ଥିତ କେସି ହାଉସ୍ ପରିସରରେ ଛାତ୍ର ସୁରକ୍ଷା ମଂଚ ପକ୍ଷରୁ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ୩ଶହରୁ ଉର୍ଦ୍ଦ୍ବ ଛାତ୍ର ଛାତ୍ରୀ ଓ ଯୁବକମାନେ ଯୋଗଦେଇ ରାଜନଗରରେ ଚାଲିଥିବା ବିକାଶ ପକ୍ରିୟାରେ ସାମିଲ ହେବା ସହିତ ଏହି ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜନଗରର ବିଧାୟକ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଛାତ୍ର ସୁରକ୍ଷା ମଂଚର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମକର୍ତ।ମାନେ ବିଧାୟକ ଧ୍ରୁବ ସାହୁଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ଜିତାଇବା ପାଇଁ ଗାଁ ଗାଁରେ ବୁଲି ରାଜନଗରର ବିକାଶ ସଂପର୍କରେ ବୁଝାଇବା ସହ ବିଧାୟକ ଧ୍ରୁବ ସାହୁଙ୍କୁ ଭୋଟ ଦେବା ସହିତ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଙ୍କୁ ଭୋଟ ଦେବାକୁ ବୁଝାଇବେ ବୋଲି ବୈଠକରେ ନିଷ୍ପତି ହୋଇଛି। ଛାତ୍ର ସୁରକ୍ଷା ମଂଚର ସାଧାରଣ ସଂପାଦକ ତଥା ଯୁବ ଆଇନଜିବୀ ଦେବଦତ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ସଂଗଠନର ଉପଦେଷ୍ଟା ତଥା ସମାଜସେବୀ, ଅଧ୍ୟାପକ ସଂଜୟ କୁମାର ବାଗ ଏହି ସମାବେଶର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଗତ ୫ ବର୍ଷରେ ରାଜନଗର ନିର୍ବ।ଚନମଣ୍ଡଳୀରେ ବିକାଶ ପକ୍ରିୟା ଶିଖର ଛୁଇଁଛି। ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଯାହା ହୋଇନଥିଲା, ଗତ ୫ ବର୍ଷରେ ତା’ଠୁଁ ଅଧିକ ବିକାଶ ହୋଇଛି ବୋଲିଉକହିଥିଲେ । ରାଜନଗର ନିର୍ବ।ଚନମଣ୍ଡଳୀର ଏହି ବିକାଶ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ବର୍ତମାନର ବିଧାୟକ ଧ୍ରୁବ ସାହୁଙ୍କୁ ସଂଗଠନ ସମୂହ ସମର୍ଥନ କରୁଥିବା ନେଇ ଘୋଷଣା କରିଥିଲେ। ଯୁବ, ଛାତ୍ରଙ୍କ ବିଭିନ୍ନ ସମସ୍ୟା ସମାଧାନ ହେଉ କିମ୍ବା ସାଧାରଣ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଁଚାଇବା ସହ ଅଂଚଳରେ ରହି ଲୋକଙ୍କ ସେବା କରୁଥିବା ଚାଷୀପୁଅ ଧ୍ରୁବ ସାହୁ ରାଜନଗରର ବିକାଶ ପାଇଁ ପୁନଃର୍ବ।ର ବିଧାୟକ ଭାବେ। ନିର୍ବ।ଚିତ ହେବା ଜରୁରୀ ବୋଲି କହିଥିଲେ। ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଓ ଯୁବକ ମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଏକତା ରହିଲେ ଆମେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବା। ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ, ଛାତ୍ରଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ସଂପର୍କରେ କହିବା ସହ ଓଡିଶା ରୂପାନ୍ତରି କରଣରେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏଥିସହ ଅଂଚଳର ବିକାଶ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ। ଉକ୍ତ ବୈଠକରେ ଯୁବନେତା ଜଗବନ୍ଧୁ ନାୟକ, ଛାତ୍ର ସୁରକ୍ଷା ମଂଚର ସଭାପତି ରାଘବେନ୍ଦ୍ର ମହାନ୍ତି, ଛାତ୍ର ନେତା ବନମାଳି ଦାସ, ଅଭୟ ରାଉତ, ଅଭିମନ୍ୟୁ ପରିଡା ପ୍ରମୁଖ ରାଜନଗରର ବିକାଶ ପାଇଁ ବିଧାୟକ ଧ୍ରୁବ ସାହୁଙ୍କ ଅବଦାନ ଅତୁଳନୀୟ ।ରାଜନଗରନିର୍ବଚନ ମଣ୍ଡଳୀର ବିକାଶ ଧାରାକୁ ଆଗେଇ ନେବା ପାଇଁ ଦଳମତ ନିର୍ବିଶେଷରେ ଆମେ ଛାତ୍ର ଓ ଯୁବକମାନେ ଧ୍ରୁବ ସାହୁଙ୍କୁ ସମର୍ଥନ ଘୋଷଣା କରୁଛୁ ବୋଲି କହିଥିଲେ। ଏହି ସମାବେଶରେ ରଂଜନ କୁମାର ପ୍ରଧାନ, ଅରୂପ ପରିଡା, ସହଦେବ ସେଠୀ, ପବିତ୍ର ସେଠୀ, ମାଧବ ସେଠୀ, କିଶାନ କୁଣ୍ଡ, ତ୍ରିନାଥ ପରିଡା, ସୌମ୍ୟ ରଂଜନ ଗିରିଧାରୀ, ଜଗବନ୍ଧୁ ସାହୁ, ଶିବ ପ୍ରସାଦ ନାୟକ, ଓମକାର ଜ୍ୟୋତି ବର୍ଦ୍ଧନ, ସୁକୁମାର ମାନ୍ନା, ଦିବ୍ୟଲୋଚନ ସାମନ୍ତ ରାୟ, ପୂର୍ଣ୍ଣିମା ପାତ୍ର, ସୁଭଦ୍ରା ସାମଲ, ଆକାଶ ସାମଲ, ଅମ୍ରିତା ଦାସ, ବର୍ଷ।ରାଣୀ ସାମଲ, ରାହୁଲ ସ୍ୱାଇଁ, ପୂର୍ଣ୍ଣମାସୀ, ଅଶ୍ୱିନୀ ସୂତାର, ପ୍ରିୟଙ୍କା ସାମଲ, ବାଲ୍ମିକୀ ସେଠୀ ପ୍ରମୁଖ ଯୋଗଦେଇ ଥିଲେ।