Odisha news

ମାତ୍ର ଖଣ୍ଡିଏ କର୍ପୁରକୁ ଘିଅରେ ବୁଡାଇ ରୋଷେଇ ଘରେ ଜଳାଇ ଦିଅନ୍ତୁ, ଏବଂ ଦେଖନ୍ତୁ ଏହାର ଚମତ୍କାର

0

ହିନ୍ଦୁ ଧର୍ମରେ କର୍ପୁର ର ବ୍ୟବହାର ନିୟମିତ ପୂଜାରେ କରାଯାଇ ଥାଏ, ଧାର୍ମିକ ମାନ୍ୟତା ଅନୁସାରେ ଘରେ କର୍ପୁର ପୋଡିବା ଦ୍ୱାରା ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ ଏବଂ ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l

କର୍ପୁର କୁ ପୂଜା ସମୟରେ ଆମେ ଆଳତୀ ରେ ପ୍ରୟୋଗ କରିଥାଉ, କିନ୍ତୁ ବିଶେଷ ଭାବରେ କର୍ପୁର କୁ ଘିଅ ରେ ବୁଡାଇ ଜଳାଇବା ଶୁଭ ହୋଇଥାଏ l ଗୋଟିଏ ଦୀପ ରେ କିଛି ଘିଅ ନେଇ ସେଥିରେ ଖଣ୍ଡିଏ କର୍ପୁର ରଖି ଜଳାନ୍ତୁ l

ରୋଷେଇ ଘରେ କର୍ପୁର ଜଳାଇବାର ଲାଭ –
– ବାସ୍ତୁ ଶାସ୍ତ୍ରରେ ରୋଷେଇ ଘର ଘରର ସବୁଠୁ ପବିତ୍ର ସ୍ଥାନ ଅଟେ l ଏଠାରେ ମାଲକ୍ଷ୍ମୀ ଙ୍କ ବାସ ହୋଇଥାଏ l ରୋଷେଇ ଘରେ କର୍ପୁର ଜଳାଇବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l

– ଯେଉଁ ଘରେ ନକାରାତ୍ମକ ଶକ୍ତି ର ବାସ ହେଉଛି ସେଠାରେ କର୍ପୁର ଘିଅ ରେ ବୁଡାଇ ନିୟମିତ ଜଳାଇବା ଜରୁରୀ l ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ର ଆଗମନ ହୋଇଥାଏ l

– ରୋଷେଇ ଘରେ କର୍ପୁର ଜଳାଇବା ଦ୍ୱାରା ରୋଷେଇ ସମୟରେ ମନ ଶାନ୍ତ ରହିଥାଏ, ଏବଂ ଖାଦ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡିଥାଏ l

– ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ କିଛିଟା ଭୁଲ କାରଣରୁ ଘରେ ବାସ୍ତୁ ଦୋଷ ର ଉତ୍ପତି ହୋଇଥାଏ, ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ସକାଳେ ଓ ସନ୍ଧ୍ୟାରେ ଘିଅ ରେ ଖଣ୍ଡିଏ କର୍ପୁର ବୁଡାଇ ଜଳାନ୍ତୁ l

– କୁହାଯାଇ ଥାଏ ଯେ କର୍ପୁର ଜଳାଇବା ଦ୍ୱାରା ସୁଖ-ଶାନ୍ତି ବୃଦ୍ଧି ହୋଇଥାଏ, ତେଣୁ ଶନିବାର ଦିନ ଘିଅ ରେ କର୍ପୁର ବୁଡାଇ ଜଳାଇବା ଦ୍ୱାରା ହନୁମାନ ଙ୍କ କୃପା ପ୍ରାପ୍ତି ହୋଇଥାଏ l

– ଯଦି ପଇସା ସମ୍ବନ୍ଧିତ ସମସ୍ୟା ଦେଖା ଦେଉଛି ତେବେ ଘିଅ ରେ କର୍ପୁର ବୁଡାଇ ଜଳାଇବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ଏବଂ ଆର୍ଥିକ ଅନାଟନ ଦୂର ହୋଇଥାଏ l

Leave A Reply