ନୂଆଦିଲ୍ଲୀ : ଟାଟା ଗ୍ରୁପ ଭାରତର ସବୁଠୁ ବଡ଼ କମ୍ପାନୀ ଅଟେ l ଏହା ୧୫୦ ରୁ ଅଧିକ ଦେଶରେ କାମ କରିଥାଏ, ୧୦୦ଟି ଦେଶରେ ଏହାର ଉପସ୍ଥିତି ରହିଛି l ୧୮୬୮ ରେ ଜାମସେଦ ଜୀ ନୁସରତ ଜୀ ଏହାର ନିର୍ମାଣ କରିଥିଲେ l ଏହି ଗ୍ରୁପ ର ନେତୃତ୍ୱ ପିଢ଼ି ପିଢ଼ି ଧରି ଟାଟା ପରିବାର କରି ଆସୁଛନ୍ତି l ଟାଟା ପକ୍ଷରୁ ୧୯୨୫ ରେ ଜଣେ ମହିଳା ନିର୍ଦେଶିକା ଙ୍କୁ ନିଯୁକ୍ତି କରାଯାଇ ଥିଲା, ଯାହାଙ୍କ ନାମ ଥିଲା ନବାଜବାଇ ସେଠ, ସେ ଥିଲେ ରତନଜୀ ଟାଟା ଙ୍କ ପତ୍ନୀ l ସେ ୧୯୬୫ ପର୍ଯ୍ୟନ୍ତ ନିଜ ନିଧନ ଯାଏ ଏହି ପଦବୀ ରେ ରହିଥିଲେ l ରତନଜୀ ଟାଟା ଜାମସେଦଜୀ ଟାଟା ଙ୍କ ଭାଇ ଥିଲେ, ସେ ନବାଜବାଇ ସେଠ ଙ୍କ ସହିତ ବିବାହ କରିଥିଲେ l ନବାଜବାଇ ସେଠ ଅର୍ଦ୍ଧେଶିର ମେରବାନ ଜୀ ସେଠ ଙ୍କ ସାନ ଝିଅ ଥିଲେ l ଏହି ଦମ୍ପତି ୧୯୧୫ ରେ ଇଂଲଣ୍ଡ ଚାଲି ଯାଇଥିଲେ l ସେ ସେଠାରେ ନବଲ ଟାଟା ଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ l ନବଲ ଟାଟା ରତନ ଟାଟା ଙ୍କ ପିତା ଥିଲେ l ଏହିଭଳି ଭାବରେ ରତନ ଟାଟା ଙ୍କ ର ନବାଜବାଇ ସେଠ ଜେଜେମା ଅଟନ୍ତି l
ରତନଜୀ ଓ ନବାଜବାଇ ଇଂଲଣ୍ଡ ରେ ରହିବା ସମୟରେ ତାଙ୍କର କିଙ୍ଗ ଜର୍ଜ ପଞ୍ଚମ ଓ କୁଇନ ମେରୀ ଙ୍କ ସହିତ ଭଲ ବନ୍ଧୁତା ଥିଲା l ନବାଜବାଇ ନିଜକୁ ସମାଜ ସେବାରେ ଉତ୍ସର୍ଗୀକୃତ କରିଥିଲେ l ୧୯୨୮ ରେ ଟାଟା ଗ୍ରୁପ ପକ୍ଷରୁ RTI ର ସ୍ଥାପନା କରାଯାଇଥିଲା, ଯାହାର ନାମ ଥିଲା ସାର ରତନ ଟାଟା ଇନଷ୍ଟିଚ୍ୟୁଟ , ଯାହାର ମୁଖ୍ୟ ଉଦେଶ୍ୟ ଥିଲା ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା l ନବାଜବାଇ ଟାଟା ୧୯୩୨ ରେ ରତନ ଟାଟା ଟ୍ରଷ୍ଟ ରେ ଅଧ୍ୟକ୍ଷ ପଦ ସମ୍ଭାଳି ଥିଲେ, ଏବଂ JRD ଟାଟା ମହତ୍ଵପୁର୍ଣ କାର୍ଯ୍ୟରେ ତାଙ୍କର ମନ୍ତବ୍ୟ ନେଉଥିଲେ l ନବାଜବାଇ ଙ୍କର ଟାଟା ଗ୍ରୁପ ରେ ଗୋଟିଏ ମହତ୍ଵପୁର୍ଣ ଭୂମିକା ଥିଲା l