Odisha news

ଶନିଦେବ ବର୍ତମାନ ରହିଛନ୍ତି ଫୁଲ ପାୱାର ରେ, ଏହି ରାଶିର ବ୍ୟକ୍ତି  କଦାପି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ

0

କର୍ମଫଳ ଦାତା ଓ ଦଣ୍ଡାଧିକାରୀ ଶନିଦେବ ବର୍ତମାନ ଖୁବ ଶକ୍ତିଶାଳୀ ହୋଇ ଯାଇଛନ୍ତି, ତେଣୁ ବର୍ତମାଣାପଣ ଯେଭଳି କାର୍ଯ୍ୟ କରିବେ ସେହି ଅନୁସାରେ ମଧ୍ୟ ଫଳପ୍ରାପ୍ତି କରିବେ l କୌଣସି ଗ୍ରହ ଚଳନ ହେବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ l ଏହାଦ୍ୱାରା ଶୁଭଫଳ ଓ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ l ଶନି ସମସ୍ତ ଗ୍ରହଙ୍କ ଠାରୁ ଅଧିକ ଧୀର ଗତିରେ ଚଳନ କରନ୍ତି l ଶନିଙ୍କ ର ୩ଟି ଦୃଷ୍ଟି ରହିଛି, ଯାହାକି ଯେକୌଣସି ବ୍ୟକ୍ତିର ଜୀବନ କୁ ପ୍ରଭାବିତ କରିଥାଏ l

ଶନିଦେବ ଅଢେଇ ବର୍ଷକୁ ଠାରେ ରାଶି ପରିବର୍ତନ କରନ୍ତି ଏବଂ ୧୭ ମାସକୁ ଠାରେ ନକ୍ଷତ୍ର ପରିବର୍ତନ କରନ୍ତି l ବର୍ତମାନ ଶନି ନିଜ ରାଶି କୁମ୍ଭ ରେ ବିରାଜମାନ କରିଛନ୍ତି l ଏବଂ ମଇ ୧୨ ତାରିଖରେ ନକ୍ଷତ୍ର ପରିବର୍ତନ କରିଛନ୍ତି ଏବଂ ଏହି ପାୱାର ତାଙ୍କର ଅଗଷ୍ଟ ୧୮ ପର୍ଯ୍ୟନ୍ତ ରହିବ l ଏହି ସମୟରେ ଶନିଦେବ ଫୁଲ ପାୱାର ରେ ଅଛନ୍ତି ଏବଂ ଅନେକ ଗୁଡିଏ ରାଶି ଉପରେ ଶୁଭ ଫଳ ମଧ୍ୟ ରହିବ l

– ଏହି ସମୟରେ ଶନି ଦେବଙ୍କ ଶୁଭ ପ୍ରଭାବ ମେଷ, କନ୍ୟା ଓ ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ରହିବ l ଯେଉଁକରଣରୁ ଶୁଭ ଫଳ ପ୍ରାପ୍ତି ହେବ, ଭୌତିକ ସୁଖ ଲାଭ ହେବ, ବୁଦ୍ଧିର ବିକାଶ ହେବ, ସାମାଜିକ ମାନ -ସମ୍ମାନ ବୃଦ୍ଧି ହେବ l

– ଏହିସବୁ କାର୍ଯ୍ୟରୁ ନିବୃତ ରହିବା ଆବଶ୍ୟକ –
= ଶନି ଶୁଭ ଫଳ ପ୍ରଦାନ କରୁଥିଲେ ମଧ୍ୟ ଏହି ସମୟରେ ଭୁଲ କାର୍ଯ୍ୟ ଆଦୌ କରିବା ଉଚିତ ନୁହେଁ l ଏବଂ ଶନି ଯଦି ଅସନ୍ତୁଷ୍ଟ ହୋଇ ଥାଆନ୍ତି ତେବେ ଦଣ୍ଡ ବିଧାନ ମଧ୍ୟ କରି ଥାଆନ୍ତି l  ତେଣୁ ଏହି ସମୟରେ ମେଷ, କନ୍ୟା ଓ ଧନୁ ରାଶିର ବ୍ୟକ୍ତି ଅହଂକାର, ଗର୍ବ ଇତ୍ୟାଦି ଠାରୁ ଦୁରେଇ ରୁହନ୍ତୁ l

= ଏହି ସମୟରେ ଅନ୍ୟ ସହିତ କଳି ଝଗଡା, ଚୋରୀ ଇତ୍ୟାଦି କରିବା ଉଚିତ ନୁହେଁ, ଅସହାୟ ଙ୍କୁ ସାହାଯ୍ୟ କରିବା ଆବଶ୍ୟକ l ନଚେତ ଶନି କୃପା ରୁ ବଂଚିତ ରହିବେ l

= ମନରେ ଛଳ କପଟ ରଖନ୍ତୁ ନାହିଁ, ଅସହାୟ ଲୋକ ଙ୍କର ସାହାଯ୍ୟ କରନ୍ତୁ, ଜୀବଜନ୍ତୁ ଙ୍କ ସେବା କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି l

= ରୋଗୀ ସେବା, ଗୁରୁଜନ ମାନଙ୍କର ସମ୍ମାନ ନିହାତି କରିବା ଆବଶ୍ୟକ l ନଚେତ ଶନି ରୁଷ୍ଟ ହେବେ ଏବଂ ଜୀବନ କଷ୍ଟ ଦାୟକ ହୋଇଯିବ l

Leave A Reply