Odisha news

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବସର ଗ୍ରହଣ

0
ଜଗତସିଂପୁର୩୦/୦୪(ସବ୍ୟୁ): ମଙ୍ଗଳବାର ଡ. କ୍ଷେତ୍ରବାସୀ ଦାଶ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡା. ଦାଶ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜଗତସିଂପୁର ନିକଟସ୍ଥ ଚାନ୍ଦୁରା ଦାରୁବ୍ରହ୍ମ ପୀଠରେ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି କାର୍ଯକ୍ରମରେ ଡ଼ା ଶତ୍ରୁଘ୍ନ ଦାଶ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଇନଚାର୍ଯ ସଭାପତିତ୍ବ କରିଥିଲେ । ଏହି ବିଦାୟ ସଭାରେ ଆଇ.ଏମ. ଏ ର ସମ୍ପାଦକ ଡ଼ା ଅଚ୍ୟୁତ ଚରଣ ମହାନ୍ତି, ପୂର୍ବତନ ସି.ଡି.ଏମ.ଓ  ଡା.ରଘୁନାଥ ଜେନା , ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ପ୍ରମୋଦ ବାରିକ୍ , ଡ଼ା ରଶ୍ମୀ ରଞ୍ଜନ ପଟ୍ଟନାୟକ, ଏ ଡି ଏମ ଓ ମେଡ଼ିକାଲ ଇନ୍ଚାର୍ଜ ଡ଼ା. ସରୋଜ କୁମାର ଜେନା , ଅସ୍ଥିଶଲ୍ୟ ବିଭାଗର ଡ଼ା. ସତ୍ୟବ୍ରତ ଭୂୟାଁ, ଡିପିଏମ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଚକ୍ରଧର ଜେନା , ଡ୍ୟାମ ନୀଳମାଧବ ରଥ ପ୍ରମୁଖ ଉପସ୍ଥିତ ରହି ଡ଼ା.ଦାଶ ଙ୍କ ଭଲ ଗୁଣ ଗୁଡ଼ିକ ଉପରେ ପ୍ରଶଂସା କରିଥିଲେ। ଡ଼ା.ଦାଶ ଜଗତସିଂହପୁର , ଢେଙ୍କାନାଳ, ଏଵଂ ମୟୂରଭଞ୍ଜ ଜିଲ୍ଲା ରେ କାର୍ଯ୍ୟ କରିଥିଲେ। ସେ ଖୁବ୍ ସମୟାନୁବର୍ତ୍ତି, ସରଳ ଏବଂ ଉଚ୍ଚକୋଟୀର ପ୍ରଶାସକ ଥିଲେ।ସେ ସମୁଦାୟ ୩୮ ବର୍ଷ ୧୦ ମାସ ୧୪ ଦିନ କାର୍ଯ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂପେରିଟେନ୍ଡେଣ୍ଟ ମାନେ ଯଥା ଡ଼ା.ଶୁଭଯ୍ୟୋତି ମହାନ୍ତି, ଡ଼ା ଅମିୟ କୁମାର ସ୍ବାଇଁ , ଡ଼ା. ସୁକାନ୍ତ କୁମାର ଦଳାଇ, ଡ଼ା. ପ୍ରସନ୍ନ ପଣ୍ଡା, ଡ଼ା ହିମାଂଶୁ ସାହୁ , ଡି ଭି ଏଲ୍ ଏମ ପାର୍ଥ ସାରଥି କର ଶର୍ମା , ସହକାରୀ ପରିଚାଳିକା ସ୍ବସ୍ତି ମହାନ୍ତି, ଅମିତା ପଣ୍ଡା,ଭି ବି ଡି କନସଲ୍ଟାଣ୍ଟ ଅସିତ୍ କୁମାର ଦାସ ମଧ୍ୟ ଡ଼ା ଦାସଙ୍କ ଗୁଣଗାନ କରିଥିଲେ l ଏହି କାର୍ଯକ୍ରମ ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ କର୍ମକର୍ତ୍ତା, ନର୍ସିଂ ଅଫିସର ,ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ର ସମସ୍ତ କର୍ମକର୍ତ୍ତା ଏବଂ ବ୍ଲକ ରୁ ବିପିଓ,ପିଏଚ୍ଇଓ ମାନେ ଉପସ୍ଥିତ ଥିଲେ।  ଅରବିନ୍ଦ କାନୁନଗୋ ଏବଂ ସୁଜିତ୍ ମିଶ୍ର ସଭା ପରିଚାଳନା କରିଥିଲେ। ସୁକାନ୍ତ କୁମାର ପ୍ରଧାନ, ଡେପୁଟି ମ୍ୟାନେଜେର ମଞ୍ଚ ପରିଚାଳନା କରଥିଲେ।ଶେଷରେ ସେକ୍ସନ ଅଫିସର ଶ୍ରୀ ବିନୋଦ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ।
Nalco
Leave A Reply