Odisha news

ଏହି ୧୦ ଟି ଅଭ୍ୟାସ ମାନସିକ ଭାବରେ ଛାତ୍ରଛାତ୍ରୀ ଙ୍କୁ  କରିଥାଏ ଷ୍ଟ୍ରଙ୍ଗ : ରିସର୍ଚ୍ଚ

0

ଆଜିର ଛାତ୍ରଛାତ୍ରୀ ଙ୍କ ଉପରେ ପାଠର ଚାପ ସହିତ ମାନସିକ ଚାପ ମଧ୍ୟ ଅସୁବିଧାର ଗୋଟିଏ କାରଣ l ଏଭଳି ଅନେକ ଗୁଡିଏ ମାନସିକ ଚାପ ଦେଇ ଛାତ୍ରଛାତ୍ରୀ ମାନେ ଯାଉଛନ୍ତି ତାହା ସେମାନଙ୍କୁ ଖରାପ ବାଟକୁ ମଧ୍ୟ ଚାଲି ଯାଉଛନ୍ତି l ମାନସିକ ଭାବରେ ମଜବୁତ ଛାତ୍ର ନିଜର ମନର ଭାବନାକୁ ଖୋଲାଖୋଲି ପ୍ରକାଶ କରିଥାଏ l ଏହି ଛାତ୍ର ମାନେ ଗୋଟିଏ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଥାଆନ୍ତି l ତେଣୁ ସବୁ ଛାତ୍ରଛାତ୍ରୀ ମାନେ ନିଜ ଲାଇଫ ଷ୍ଟାଇଲ ରେ କିଛିଟା ଅଭ୍ୟାସ କୁ ସାମିଲ କରିବା ଜରୁରୀ l

– ପିଲା ମାନଙ୍କୁ ମେଣ୍ଟଲି ଷ୍ଟ୍ରଙ୍ଗ କରିବା ପାଇଁ ଅନୁଶାସନ ରେ ରଖିବା ନିହାତି ଜରୁରୀ l ସେଥିପାଇଁ କିଛିଟା ସୀମା ମଧ୍ୟ ପ୍ରତ୍ୟେକ କାର୍ଯ୍ୟରେ ତିଆରି କରିବା ଜରୁରୀ l ସର୍ବଦା ଅନୁଶାସନ ରେ ରହୁଥିବା ଛାତ୍ରଛାତ୍ରୀ ଜୀବନ ରେ ଆଗକୁ ଯାଇଥାଆନ୍ତି l

– ପିଲା ମାନଙ୍କ ମଧ୍ୟରେ ସ୍ୱତନ୍ତ୍ରତା ଭାବନା ରହିବା ନିହାତି ଜରୁରୀ l ପିଲାମାନେ ଶିକ୍ଷା ଗ୍ରହଣ ପାଇଁ ନିଜ ପସନ୍ଦ ନାପସନ୍ଦ ବାଛିବା ଜରୁରୀ l ଏହାଦ୍ୱାରା ସେମାନେ ଠିକ ଭୁଲ ଜାଣି ପାରିବେ l ଏହାଛଡା ସଠିକ ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି ପାଇଥାଏ ଓ ଆତ୍ମା ବିଶ୍ୱାସ ମଧ୍ୟ ବଢିଥାଏ l

– ପିଲା ମାନଙ୍କ ଜୀବନ ରେ ଏଭଳି ଜଣେ ରୋଲ ମଡେଲ ରହିବା ନିହାତି ଜରୁରୀ, ଯେଉଁମାନେ ତାଙ୍କୁ ମୋଟିଭେଟ କରିପାରିବେ l ଯାହାଦ୍ୱାରା ଭବିଷ୍ୟତ ରେ ଯେବେବି ତାଙ୍କ ପାଦ ଟଳମଳ ହୋଇ ଯାଇଥାଏ ସେମାନେ ନିଜକୁ ସମ୍ଭାଳି ପାରିବେ l

– ଯେଉଁ ପିଲାମାନେ ମାନସିକ ଭାବରେ ମଜବୁତ ରହି ଥାଆନ୍ତି, ସେମାନେ ଖୁବ ବୁଦ୍ଧିମାନ ଅଟନ୍ତି l ସେମାନେ ନିଜ ଭାବନାକୁ ବୁଝିବା ପାଇଁ ଖୁବ ଏକ୍ସପର୍ଟ ଅଟନ୍ତି l ସେମାନେ ନିଜକୁ ପ୍ରତ୍ୟେକ ଭାବନାତ୍ମକ ସ୍ଥାନରେ ଚଳାଇ ନିଅନ୍ତି l

– ସବୁବେଳେ ପିଲା ମାନଙ୍କୁ ମନଖୋଲି କଥା ହେବାକୁ ଦେବା ଜରୁରୀ l ଏହାଦ୍ୱାରା ଆପଣ ଜାଣି ପାରିବେ ପିଲା ମନରେ କଣ ଚାଲିଛି l ଏହା ତାଙ୍କୁ ମାନସିକ ଭାବରେ ମଧ୍ୟ ମଜବୁତ କରିଥାଏ l  ଏବଂ ପିଲାମାନେ ମଧ୍ୟ ମାନସିକ ଚାପରେ ରୁହନ୍ତି ନାହିଁ l ଏବଂ ସେମାନେ ଶାନ୍ତି ରେ ନିଜ ଲକ୍ଷରେ ଧ୍ୟାନ ଦେଇ ଥାଆନ୍ତି l

– ଆଜିର ଛାତ୍ରଛାତ୍ରୀ ମାନେ ନିଜକୁ ମଜବୁତ କରିବା ପାଇଁ ସୋସିଆଲ ମିଡ଼ିଆ ଠାରୁ ନିହାତି ଦୁରେଇ ରହିବା ଜରୁରୀ l ସୋସିଆଲ ମିଡ଼ିଆ ଗୋଟିଏ ଏଭଳି ପ୍ଲାଟଫର୍ମ ଅଟେ ଯାହାକି ପିଲା ମାନଙ୍କୁ ମାନସିକ ଚାପରେ ପ୍ରଭାବିତ କରିଥାଏ ଓ ସମୟ ନଷ୍ଟ ହେବା ମଧ୍ୟ ଜଣାପଡି ନଥାଏ l

– ଯେଉଁ ପିଲାମାନେ ମାନସିକ ଭାବରେ ଷ୍ଟ୍ରଙ୍ଗ ସେମାନେ ସବୁ ପରିସ୍ଥିତି ର ଦୃଢ଼ତା ର ସହିତ ମୁକାବିଲା କରନ୍ତି l ଯେଉଁ ପିଲାମାନେ ମାନସିକ ଭାବରେ ଷ୍ଟ୍ରଙ୍ଗ ସେମାନେ ସମସ୍ତ ସମସ୍ୟା ର ଦେଖିଚାହିଁ ସମାଧାନ ର ବାଟ ଖୋଜନ୍ତି l

– ସବୁ ପିଲାମାନେ ନିଜ ଭୁଲ କୁ ସ୍ୱୀକାର କରିପାରନ୍ତି ନାହିଁ l ଏବଂ ଯେଉଁ ପିଲାମାନେ ସ୍ୱୀକାର କରି ନିଅନ୍ତି ସେମାନେ ମାନସିକ ଭାବରେ ମଜବୁତ ହୋଇ ଥାଆନ୍ତି l ନିଜ ଭୁଲ କୁ ସ୍ୱୀକାର କରିବା ପ୍ରତ୍ୟେକ ଛାତ୍ରଛାତ୍ରୀ ଜରୁରୀ l

– ଯେଉଁ ପିଲାମାନେ ଜୀବନ ରେ ଚ୍ୟାଲେଞ୍ଜ ନେବାକୁ ଭୟ କରି ଥାଆନ୍ତି ସେମାନେ ମାନସିକ ଭାବରେ ମଜବୁତ ହୋଇ ଥାଆନ୍ତି l ତେଣୁ ପିଲାମାନେ ନିଜ କମ୍ଫର୍ଟ ଜୋନ ରୁ ବାହାରି ନିଜ ଲକ୍ଷକୁ ହାସଲ କରିବା ସବୁଠୁ ଜରୁରୀ l

Leave A Reply