ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ ନାମାଙ୍କନ ପତ୍ର ଦାଖଲ : ଉତ୍ତରା ରୁ ପୁରୀ ପର୍ଯ୍ୟନ୍ତ ବିଶାଳ ବାଇକ ରାଲି ରେ ଗଲେ ଆଶ୍ରିତ ଏବଂ ସମ୍ବିତ.
ପିପିଲି -ଦେଶ ତଥା ରାଜ୍ୟ ରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଦିନ ପିପିଲି ବିଧାନସଭା ଆସନ ପାଇଁ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ଆଶ୍ରିତ ଏବଂ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଉକ୍ତ ଦିନ ପୂର୍ବାହ୍ନ ଦଶଟା ବେଳେ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଙ୍କ ଗହଣରେ ପାଞ୍ଚ ହଜାରରୁ ଉର୍ଦ୍ଧ ବାଇକ ଶୋଭାଯାତ୍ରାରେ ଉତ୍ତରା ଚ୍ଛକ ରୁ ବାହାରି ପିପିଲି ବଜାର ଦେଇ ପୁରୀ ପର୍ଯ୍ୟନ୍ତ ଯାଇ ସେଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ଏହି ଶୋଭାଯାତ୍ରାରେ ଦଶହଜାରରୁ ଉର୍ଦ୍ଧ ଜନ ସମାଗମ ହୋଇଥିବାର ଦେଖିବାକୁ ମିଳିଛି.ପୁରୀ ଜାତୀୟ ରାଜପଥର ବିଭିର୍ନ୍ନ ଛକ ମାନଙ୍କରେ ଜନ ସମାଗମ ପାରିଲିକ୍ଷିତ ହୋଇଥିଲା.ବିଜେପି କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି.