Odisha news

ଅସମ୍ଭାଳ ତାତିରେ ଅଘୋଷିତ ବିଜୁଳି କାଟ

0

କଣାସ, ୨୮/୦୪/ :ପୁରୀ ଜିଲ୍ଲା କଣାସ ଓ ଡେଲାଙ୍ଗ ବ୍ଳକରେ ଅନେକ ସମୟରେ ପବନରେ ଗଛର ପତ୍ର ହଲି ନଥିବ କିନ୍ତୁ ବିଦ୍ୟୁତ୍ କଟା ଯାଉଛି ।ସାଧାରଣ ଲୋକ ପଚାରିଲେ ଚିରା ଚରିତ ଢଙ୍ଗରେ ଉତ୍ତର ମିଳୁଛି ଉପୁରୁ କଟିଛି । ଚଳିତ ବର୍ଷ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ  ଲୋକମାନେ କଲବଲ ହେଉଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଭଳି ସ୍ଥିତିରେ ବରିଷ୍ଠ ନାଗରିକ ,ଛୋଟ ପିଲା ଓ ରୋଗୀଙ୍କର ବିଦ୍ୟୁତର ଜରୁର ଆବଶ୍ୟକତା ରହିଥିବା ବେଳେ ଦିନରେ ରାତିରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କରାଯାଉଛି । ବଦ୍ୟୁତ ବିଭାଗର ଏଭଳି ଚରମ ନିଷ୍ପତି ସମସ୍ତଙ୍କୁ ଚକିତ କରିଥିବା ବେଳେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଓଡ଼ିଶା ବିଦ୍ୟୁତ୍ ବିଭାଗକୁ ଟି.ପି.ସି.ଓ.ଡି.ଏଲ୍   ନେବାଠାରୁ କଣାସ ଓ ଡେଲାଙ୍ଗ ଅଞ୍ଚଳର  ଜନସାଧାରଣଙ୍କ  ଉପରେ କମ୍ପାନୀ କର୍ମଚାରୀମାନେ ଜୁଲମ ଆରମ୍ଭ କରିଦେଇଛନ୍ତି ।ଅନେକ ସ୍ଥାନରେ ମିଟର ଚେକିଙ୍ଗ କରିବା ଆଳରେ ଟାମ୍ପରିଙ୍ଗ କହି ଉପଭୋକ୍ତାଙ୍କ ଠାରୁ ହଜାର ହଜାର ଟଙ୍କା ଅଯଥା ଫାଇନ କାଟୁଛନ୍ତି ।ନଚେତ୍ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରୁଛନ୍ତି ।ବିଶେଷ କରି ସରା ଓଡ଼ିଶାରେ ଟାଟା ବିଦ୍ୟୁତ୍ କମ୍ପାନୀର ମନ୍ ମାନୀ ଯୋଗୁ ଲୋକମାନେ ଘୋର ଅସୁବିଧା ଭୋଗ କରୁଛନ୍ତି  ।ସେପଟେ ସାଧାରଣ ନିରିହ ବିଦ୍ୟୁତ୍ ଉପଭୋକ୍ତା  କିଛି ଜାଣିନଥିବା ବେଳେ ତାଙ୍କୁ ଶୋଷଣ କରାଯାଉଛି ।ମାସିକ ବିଲରେ ଅଧିକ ଟଙ୍କା କଟା ଯାଉଛି ।କହିଲେ କିଛିବି ପ୍ରତିକାର କରାଯାଉ ନାହିଁ ।ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ,ସଚିବ ଓ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି। ନଚେତ୍ ଆଗାମୀ  ଦିନରେ ଜନ ସାଧାରଣ ଏହାର ଉଚିତ୍ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Govt
Leave A Reply