Odisha news

କଦଳିଆ ଗ୍ରାମର ସଭାଗୃହରେ ଏକ ନିଆରା କାର୍ଯ୍ୟକ୍ରମ “ଗାଁ ପାଇଁ ପଦେ” ଅନୁଷ୍ଠିତ

0
ବେତନଟୀ: ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମର ସଭାଗୃହରେ ଏକ ନିଆରା କାର୍ଯ୍ୟକ୍ରମ “ଗାଁ ପାଇଁ ପଦେ” ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ପ୍ରିୟନାଥ ପାଣିଙ୍କ ଆବାହକତ୍ବରେ ଗ୍ରାମର ବିଶିଷ୍ଟ ସଦସ୍ଯ ସଦସ୍ଯା ଏଥିରେ ଯୋଗ ଦେଇଥିବାବେଳେ ପ୍ରାରମ୍ଭରେ ବେଦମନ୍ତ୍ର ଉଚ୍ଚାରଣପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ସ୍ବନାମଧନ୍ଯ ସମାଜସେବୀ ତଥା ଜଗନ୍ନାଥପ୍ରେମୀ ଶ୍ରୀଯୁକ୍ତ ବଦ୍ରୀ ମିଶ୍ର ଯୋଗଦାନ କରି ସୁଚିନ୍ତିତ ପରାମର୍ଶ ଦେବା ସହିତ ଏହି ଗ୍ରାମରେ ଆଗାମୀ ଦିନମାନଙ୍କରେ ରକ୍ତଦାନ ଶିବିର ସହିତ ବିଭିନ୍ନ ଜନହିତକର କାର୍ଯ୍ଯ କରିବାକୁ ପରାମର୍ଶ ଦେଇଥିଲେ l ସେହିଭଳି ପ୍ରିୟନାଥ ପାଣି ସଭାର ଆଭିମୁଖ୍ଯ ସମସ୍ତଙ୍କୁ ଅବଗତ କରାଇଥିବାବେଳେ ଡା. ଜଗବନ୍ଧୁ ମିଶ୍ରଙ୍କୁ ସଭାର ଅଧ୍ୟକ୍ଷତା ପାଇଁ ନିବେଦନ କରିଥିଲେ l ଏହି ସାଧାରଣ ସଭାରେ ଗ୍ରାମର ଉନ୍ନୟନ ପାଇଁ ବିଭିନ୍ନ ପଦକ୍ଷେପ ନେବାର ଆବଶ୍ୟକତା ଉପଲବ୍ଧି କରି “ଗ୍ରାମ୍ଯ ଉନ୍ନୟନ ପରିଷଦ ” ଗଠନ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା ଏବଂ ଏହି ପ୍ରସ୍ତାବଟି ଆଲୋଚନାପୂର୍ବକ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା l ଏହାପରେ ଡା. ମିଶ୍ରଙ୍କ ସମ୍ମୁଖରେ ଉପସ୍ଥିତ ସମସ୍ତ ସଦସ୍ଯ ସଦସ୍ଯା ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ l ଉକ୍ତ ଆଲୋଚନା ମାଧ୍ୟମରେ ପନ୍ଦରଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହି ଅବସରରେ ଗିରିଶ ଚନ୍ଦ୍ର ପାଣିଙ୍କ ଦ୍ୱାରା କଥିତ “ଗାଁ ପାଇଁ ଦିନଟିଏ” ମନ୍ତବ୍ଯଟି ସମସ୍ତଙ୍କୁ ବେଶ ବିଭୋର କରିଥିଲା l ବହୁବିଧ ସମସ୍ୟାର ନିରାକରଣ ନିମନ୍ତେ ଏକ ଉନ୍ନୟନ ପରିଷଦର ଆବଶ୍ୟକତାକୁ ସମସ୍ତେ ମର୍ମେ ମର୍ମେ ଅନୁଭବ କରିଥିଲେ l ପରେ ବିଭିନ୍ନ ପଦାଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା l ଅନୁଷ୍ଠିତ ସଭାରେ ମୁଖ୍ୟତଃ ଅମୂଲ୍ଯ କୁମାର ପାଣିଗ୍ରାହୀ,ଜଗନ୍ନାଥ ଦଳେଇ, ରତିକାନ୍ତ ପାଢୀ,ରତିକାନ୍ତ ବେହେରା,ହରିଶ୍ଚନ୍ଦ୍ର ପାଣି,ଗିରୀଶ୍ଚନ୍ଦ୍ର ପାଣି,ପ୍ରିୟନାଥ ପାଣି,ଜ୍ୟୋତ୍ସ୍ନା ପାଣିଗ୍ରାହୀ,ଅମ୍ବାବତୀ ଦାଶ ,କରୁଣାକର ମନ୍ତ୍ରୀ,ଅଭୟ କୁମାର ମନ୍ତ୍ରୀ,ଖଗେଶ୍ବର ରାଉଳ,ଲକ୍ଷ୍ମୀଧର ବାରିକ,ଅନୀଲ କୁମାର ପ୍ରତିହାରୀ,ମାନସ ପଲେଇ , କାର୍ତ୍ତିକ ପରିଡା ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଶେଷରେ ହରିଶ୍ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ l
Leave A Reply