ତିହିଡ଼ି, ୨୪/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଝିଙ୍କିରିଆରେ ଶହେ ବର୍ଷର ଶ୍ରୀରାମ ନବମୀ ଉତ୍ସବ ବେଶ ଧୂମଧାମରେ ପାଳିତ ହେଉଅଛି । ମଙ୍ଗଳବାର ଗୋଧୂଳିବେଳାରେ ୫ଦିନ ବ୍ୟାପୀ ·ଲୁଥିବା ଗୀତାଯଜ୍ଞର ପୂର୍ଣ୍ଣାହୂତି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶ୍ରଦ୍ଧାଳୁମାନେ ଚରୂଅନ୍ନ ସେବନ କରି ମହାବୀରଙ୍କ କୃପାଲାଭ କରିଥିବା ଜଣାଯାଇଛି । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଆବାଳ-ବୃଦ୍ଧ-ବନିତା ସାମିଲ ହୋଇଥା’ନ୍ତି ଏହି ଉତ୍ସବରେ । ରାମନବମୀ ତିଥିରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ରବିବାର ଦିନ ସମାହିତ ହେବ । ଏଥିସହ ଏକାଦଶୀ ତିଥିରେ ଗୀତାଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣମୀରେ ପୂର୍ଣ୍ଣାହୂତି ହୋଇଯାଇଛି । ଦୈନିକ ସଂଧ୍ୟାରେ ଭଜନ, କୀର୍ତ୍ତନ ସହ ପାଲା ପରିବେଷଣ ହେଉଅଛି । ସେହିପରି ଅଷ୍ଟମ ପ୍ରହରୀ କାର୍ଯ୍ୟକ୍ରମ ରହିଛି ଯାହା ଆସନ୍ତା ରବିବାର ପରିସମାପ୍ତି ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଶ୍ରୀରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରୁଛନ୍ତି । ଶହେ ବର୍ଷରୁ ଅଧିକ ଏହି ଗାଁରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଅଛି । ସବୁଠୁ ବଡ କଥା ହେଉଛି ବିଗତ ୩୫ ବର୍ଷ ଧରି ପରମ୍ପରାମତେ ରାମ, ସୀତା, ଲକ୍ଷ୍ମଣଙ୍କ ସମେତ ହନୁମାନଙ୍କ ମୃଣ୍ମୟୀ ମୂର୍ତ୍ତୀ ସ୍ଥôାପନ କରାଯାଇ ପୂଜା ପାଳନ କରାଯାଉଛି । କଳସ ଶୋଭାଯାତ୍ରା ପରେ ପୂଜା ଓ ଗୀତାଯଜ୍ଞ ଆରମ୍ଭ ହୋଇଥିଲା । କିମ୍ବଦନ୍ତୀ ଅନୁସାରେ ଏହି ଗ୍ରାମର ପ୍ରାୟ ୮ ଶହ ବର୍ଷ ପୂର୍ବେ ପାତାଳି ସଂକଟମୋଚନ ହନୁମାନଙ୍କ ଆବିର୍ଭାବ ହୋଇଥିବା କୁହାଯାଉଛି । ଜଣେ ଗ୍ରାମବାସୀ ଏହି ମନ୍ଦିର ପାଶ୍ୱର୍ରେ ଏକ ଗର୍ତ୍ତ ଖୋଳୁଥିବା ବେଳେ ମାଟିତଳୁ ଭୟଙ୍କର ଗର୍ଜନ ଶୁଣିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ପ୍ରାୟ ଶହେ ବର୍ଷ ପୂର୍ବେ ଶ୍ରୀରାମଙ୍କ ପୂଜା ଆରମ୍ଭ ହୋଇଥିଲା । ପ୍ରଥମେ ଗ୍ରାମର ଭାଗବତ ସାହୁ, ପ୍ରଭାକର ପତି, ମାୟାଧର ସାହୁ ଓ ହରିହର ପଣ୍ଡା ପ୍ରମୁଖ ଏକ ଚାଳ ଛପର ଘରେ ଶ୍ରୀରାମଙ୍କ ପୂଜାରମ୍ଭ କରିଥିଲେ । ସେହିପରି ପ୍ରାୟ ୨୩ ବର୍ଷ ପୂର୍ବେ ଗୀତାଯଜ୍ଞ ଆରମ୍ଭ ହୋଇଛି । ରାମନବମୀରେ କର୍ତ୍ତାଭାବେ ବିପ୍ଳବ ରଞ୍ଜନ ପତି ଓ ଇତିଶ୍ରୀ କରଶର୍ମା, ମହାଯଜ୍ଞରେ କର୍ତ୍ତାଭାବେ ବିରେନ୍ଦ୍ର ସାହୁ ଓ ମୌସୁମୀ ସାହୁ, ଅଷ୍ଟମ ପ୍ରହରୀରେ ମୁଖ୍ୟ ନେତୃତ୍ୱ ନେଇଛନ୍ତି ଅମୁଲ୍ୟ ଜେନା । ଶ୍ରୀରାମଙ୍କ ପୂଜକ ଭାବେ ରତ୍ନାକର ମିଶ୍ର ଓ ତାରାକାନ୍ତ ପତି କାର୍ଯ୍ୟ ତୁଲାଉଥିବା ବେଳେ ଯଜ୍ଞରେ ମୁଖ୍ୟ ପୁରୋଧା ଭାବେ ବିରେନ୍ଦ୍ର ମିଶ୍ର, ଗୟାଧର ପଣ୍ଡା, ଜନ୍ମେଜୟ ସାମନ୍ତ, ବିମଳ ସାମନ୍ତ, ମାଧବାନନ୍ଦ ମିଶ୍ର ଓ ତପନ ମିଶ୍ର ପ୍ରମୁଖ ବେଦ ପଣ୍ଡିତ ଦାୟିତ୍ୱ ନିର୍ବାହ କରିଥିଲେ । କମିଟିର ସଭାପତି ଚିନ୍ତାମଣି ଦାସ, ସମ୍ପାଦକ ସୁଧାଂଶୁ ଶେଖର ନାୟକ, ବସନ୍ତ କୁମାର ପତି, ପଦ୍ମଲୋଚନ ପତି, ବିରେନ୍ଦ୍ର ସାହୁ, ବିପ୍ଳବ ରଞ୍ଜନ ପତି, ଭୁବନ ମୋହନ ମହାରଣା, ଶୁସାନ୍ତ ବାରିକ, ରଘୁନାଥ ପତି, କମଳାକାନ୍ତ ମହାଳିକ, ବିଘ୍ନେଶ୍ୱର ପଣ୍ଡା, ଜାମିନୀ ମୋହନ ପାଢୀ, ଚନ୍ଦ୍ରମଣି ତ୍ରିପାଠୀ, ନିଜୟ ରାଉଳ ଓ ଲକ୍ଷ୍ମୀକାନ୍ତ ପତିଙ୍କ ସମେତ ଗ୍ରାମବାସୀ ଓ ଯୁବଗୋଷ୍ଠି ପ୍ରମୁଖ ପରି·ଳନା କରୁଛନ୍ତି । ବିଭିନ୍ନ ଦିବସରେ ଏହି ଉତ୍ସବକୁ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ଦାସ, ବିଜେଡି ନେତା ଦୁର୍ଗାଦତ୍ତ ରାଉତରାୟ, ବିଜେପି ନେତା ଦୀନବନ୍ଧୁ ପତି ପ୍ରମୁଖ ଶ୍ରୀରାମ ନବମୀ, ପାତାଳି ହନୁମାନ ଦର୍ଶନ ପୂର୍ବକ ମହାଯଜ୍ଞର ପୂର୍ଣ୍ଣାହୂତିରେ ଯୋଗ ଦେଇଥିଲେ ।