Odisha news

ପୁଲିସ ଡିଜିଙ୍କ ନିର୍ବାଚନ ଓ ଆଇନଶୃଙ୍ଖଳା ସମୀକ୍ଷା

0
ବ୍ରହ୍ମପୁର,୨୧।୪: ଦକ୍ଷିଣାଞ୍ଚଳରେ ଥିବା ୫ଟି ପୁଲିସ ଜିଲାର ନିର୍ବାଚନ ଓ ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ସମୀକ୍ଷା କରିଛନ୍ତି ଓଡିଶା ପୁଲିସ ଡିଜି ଅରୁଣ ଷଡଙ୍ଗୀ ା ରବିବାର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକ​‌େ​‌ର ଡିଜି ଶ୍ରୀ ଷଡଙ୍ଗୀଙ୍କ ସମେତ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଡିଜି(ଅପରେସନ) ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ଆଇଜି ଅନୁପ କୁମାର ସାହୁ, ଗୁଇନ୍ଦା ଡିଆଇଜି କନୱର ବିଶାଲ ସିଂ, ଦକ୍ଷିଣାଞ୍ଚଳ ଆଇଜି ଜେଏନ ପଙ୍କଜଙ୍କ ସମେତ ବ୍ରହ୍ମପୁର ଏସପି ତଥା ଡିଆଇଜି ଡ. ସାର୍ଥକ ଷଡଙ୍ଗୀ, ଗଞ୍ଜାମ ଏସପି ଜଗମୋହନ ମୀନା, ଗଜପତି ଏସପି ସ୍ବାତୀ ଏସ କୁମାର, ବୌଦ୍ଧ ଏସପି ରାଜ ପ୍ରସାଦ, କନ୍ଧମାଳ ଏସପି ସୁଭେନ୍ଦୁ କୁମାର ପାତ୍ର ଉପସ୍ଥିତ ଥିଲେ ା ଆଗାମୀ ନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନକୁ ଅବାଧ ଓ ମୁକ୍ତ ଭାବେ ଶେଷ କରିବାକୁ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ା ଦକ୍ଷିଣାଞ୍ଚଳର ୫ଟି ଜିଲା ପାଇଁ ବର୍ତ୍ତମାନ ସୁଧା ୨୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଯୋଗାଇ ଦିଆଯାଇଛି ା ସାରା ଦେଶରେ ନିର୍ବାଚନ ହେଉଥିବାରୁ ଆବଶ୍ୟକୀୟ ପୁଲିସ ଓ ଫୋର୍ସ ଅଭାବ ରହିଛି ା ଯେହେତୁ ଓଡ଼ିଶାରେ ମେ ୧୩ ଓ ୨୦ ତାରିଖରେ ମତଦାନ ହେବ ତେଣୁ ଆଗାମୀ ଦିନରେ ଆଉ ଅଧିକ ଫୋର୍ସ କିପରି ମିଳିପାରିବ ସେ ନେଇ ଆଲୋଚନା କରାଯାଉଛି ବୋଲି ଡିଜି ଶ୍ରୀ ଷଡଙ୍ଗୀ କହିଥିଲେ ା ବୌଦ୍ଧ ଓ କନ୍ଧମାଳ ଜିଲାରେ  ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ନ ନଜର ରଖାଯାଇଛି ା ସେହି ଅଞ୍ଚଳର ବୁଥ ଗୁଡିକର ସୁରକ୍ଷା ସହ ଭୋଟରଙ୍କ ସୁରକ୍ଷା ଓ ପୁଲିଂ ପାର୍ଟିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ା ସେହି ଅଞ୍ଚଳରେ ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଥିବା ବେଳେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର କାର୍ଯ୍ୟବଳକୁ ବୃଦ୍ଧି ପାଇଁ ଯୋଜନା ହୋଇଛି ା କନ୍ଧମାଳ, ଗଜପତି ଭଳି ଜିଲାରେ ୭୦୦୦ ଏକର ଗଞ୍ଜେଇ ଫସଲ ନଷ୍ଟ କରାଯାଇଛି ା ନିର୍ବାଚନ ସମୟରେ ଗଣ୍ଡଗୋଳକୁ ରୋକିବାକୁ ଷ୍ଟାଟିକ ସର୍ଭିଲେନ୍ସ ଟିମ ସହ ଫ୍ଲାଇଙ୍ଗ ସ୍କ୍ବାର୍ଡ, ମୋବାଇଲ ପାର୍ଟି, କୁଇକ ରେସପେନ୍ସ ଟିମ, ଷ୍ଟ୍ରିକ୍ଟ ଆକ୍ସ ଫୋର୍ସ ଗଠନ କରାଯାଇଛି ା ସେହିପରି ଗତ ୪ ମାସ ଭିତରେ ଦକ୍ଷିଣାଞ୍ଚଳର ବିଭିନ୍ନ ଥାନା ପକ୍ଷରୁ ୧୦୭ ଓ ୧୧୦ ଦଫାରେ ମୋଟ ୪୫୦୦ ମାମଲା ରୁଜୁ କରାଯାଇ ୧୩ ହଜାର ଲୋକଙ୍କୁ ନୋଟିସ କରାଯାଇଛି ା ୪୩୦୦ ୱାରେଣ୍ଟିକୁ ଗିରଫ କରା ଯାଇଥିବା ଡିଜି କହିଥିଲେ ା ସଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ ଚେକ ପୋଷ୍ଟ କରାଯାଇଥିବା ବେଳେ ସେଠାରେ ଉଭୟ ରାଜ୍ୟର ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଜାରି ରହିଛି ା ଆଜି ସୁଧା ଦକ୍ଷିଣାଞ୍ଚଳର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨ ଲକ୍ଷ ନଗଦ ଟଙ୍କା ଜବତ ହୋଇସାରିଥିବା ସେ କହିଥିଲେ ା ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମର ଦୁରୁପୋଯୋଗ ନକରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ା ଯଦି କେହି ଅପପ୍ରଚାର କରନ୍ତି ତେବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ା ଏ ନେଇ ରାଜ୍ୟରେ ଏକ ସେଲ ଗଠନ କରାଯାଇ ଜଣେ ଆଇଜିଙ୍କୁ ନୋଡାଲ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ବୋଲି ଡିଜି ଶ୍ରୀ ଷଡଙ୍ଗୀ କହିଥିଲେ
Leave A Reply