Odisha news

ଗୋପାଳପୁର ବିଜେଡି ର ବିଶାଳ ବାଇକ ରାଲି ରେ ବିରୋଧୀ ଛାନିଆ!

0

ରଙ୍ଗେଈଲୁଣ୍ଡା!!!!ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇ ଯାଇଛି!ପ୍ରଥମେ ପଞ୍ଚମା ସିଦ୍ଧ ବିନାୟକ ପୀଠ ରୁ ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ପ୍ରଭୁ ଙ୍କ ଆଶୀର୍ବାଦ ନେଇ କାର୍ଯ୍ୟକ୍ରମ ର ଶୁଭ ଆରମ୍ଭ କରିଥିଲେ!ସିଦ୍ଧ ବିନାୟକ ପୀଠ ରୁ ବାହାରି ପୁରା 55 ନମ୍ବର ଜୋନ, ଗୋପାଳପୁର ଏନ, ଏ, ସି, ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ଗୁଡିକ ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇବା ସହ ଷଷ୍ଟ ଥର ପାଇଁ ନବୀନ ପଟନାୟକ ଙ୍କୁ ଜିତାଇବା ପାଇଁ କହିଥିଲେ!ପ୍ରବଳ ଖରା କୁ ଖାତିର ନ କରି ସହ ସହ ସଂଖ୍ୟା ରେ ଯୁବ, ଛାତ୍ର ସାମିଲ ହୋଇ ଥିଲେ, ଯାହାକି ନବୀନ ମାନିଆ ବୋଲି ସାଧାରଣ ଲୋକ ଆଲୋଚନା କରିବା ଦେଖିବାକୁ ମିଳିଥିଲା!ଆଜିର ଉକ୍ତ ବିଶାଳ ରାଲି ରେ ବ୍ଲକ ସଭାପତି ଅଜିତ ଦାସ,54 ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ରାମହରି ପାତ୍ର, ଯୁବ ନେତା ସନ୍ତୋଷ ପାତ୍ର, ଯୁବ ନେତା ସୁବାଶିଷ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା, ବ୍ଲକ ଚିନି. ଉଷାରାଣି, ଉପାଧ୍ୟାକ୍ଷା ଅନିତା ମହାଙ୍କୁଡ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ch. ଦିଲେଶ୍ଵର ରେଡି, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର କୋଠିଆ, ଶିବ ପାତ୍ର,ଅଜିତ ରାଉଳ, ପ୍ରକାଶ ସାମନ୍ତ, ମିଲେନ୍ଦ୍ର ପ୍ରଧାନ, ମୁନା ନାୟକ ଙ୍କ ସମେତ ବହୁ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ!

Nalco
Leave A Reply