ଆଗକୁ ସାଧାରଣ ନିର୍ବାଚନ, ଅବକାରୀ ବିଭାଗ ଚେଇଁ ଶୋଇଛି : ସିନାପାଲି ଅଞ୍ଚଳ ରେ ଅବାଧ ରେ ବିକ୍ରୀ ହେଉଛି ବିଷାକ୍ତ ଖଜୁରୀ ତାଡ଼ି , ଆନ୍ଧ୍ର ବେପାରୀ ସାଜିଛି ଅବକାରୀ ର ଗେହ୍ଲା ପୁଅ।
ସିନାପାଲି:୧୦/୪ : ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ପଦକ୍ଷେପ ନେଇ ମୁକ୍ତ, ସ୍ୱଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଉଛି। ଏପରିକି ବେଆଇନ ନିଶା କାରବାର ରୋକିବା ଦିଗରେ ଅବକାରୀ ବିଭାଗ କୁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ହେଲେ ସିନାପାଲି ଅଞ୍ଚଳ ରେ ଅବାଧ ରେ ନିଶା କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ ସବୁ ଜାଣି ଶୁଣି ହାତ ବାନ୍ଧି ବସିଛି। ସିନାପାଲି ଅଞ୍ଚଳ ର ବିଭିନ୍ନ ଗାଁ ଗଣ୍ଡା ଗୁଡିକରେ ରାସାୟନିକ ଦ୍ରବ୍ଯ ମିଶ୍ରଣ ବିଷାକ୍ତ ଖଜୁରି ତାଡି ବିକ୍ରୀ ହେଉଥିବା ବେଳେ ଏହାକୁ ସେବନ କରି ଗାଁ ଗଣ୍ଡା ଗୁଡିକରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଗଣ୍ଡ ଗୋଲ ହେଉଥିବା ନୀତି ଦିନିଆ ଘଟଣା ପାଲଟିଛି। ଏହି ବିଷୟରେ ଅବକାରୀ ବିଭାଗ କୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସିନାପାଲି ଅଞ୍ଚଳ ରେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟ ର ଅସାଧୁ ବେପାରୀ ମାନେ ଆସି ଏଠାରେ ଡେରା ପକାଇ ଏହି କାର୍ଯ୍ଯ ଚଳାଇଛନ୍ତି। ଏମାନଙ୍କୁ ପରୋକ୍ଷ ଭାବରେ ଅବକାରୀ ବିଭାଗ ସାହାଯ୍ୟ କରୁଥିବାରୁ ଅନାୟସ ରେ ବେନିୟମ ଭାବରେ ବିକ୍ରୀ କରି ମାଲେମାଳ ହେଉଥିବା ବେଳେ ମାସିକ ବଟି ନେଇ ଅବକାରୀ ବିଭାଗ ଚୁପ ରହୁଥିବା ସାଧାରଣ ରେ ଅଭିଯୋଗ ହେଉଛି। ସିନାପାଲି ଅଞ୍ଚଳ ର ସୀମାନ୍ତ ରେ ଥିବା କସେଇପାଣି, ଧିଙ୍ଗିଆମୁଣ୍ଡା, ହଳଦୀମୁଣ୍ଡା, ସିଙ୍ଗଝର, ଡଙ୍ଗରୀଗୁଡା, କଇଁଟପଦର,ମହେଶ୍ୱର, ଭରୁଆମୁଣ୍ଡା , ଫୁଳଚି, ନଙ୍ଗଲବୋଡ, ଟଙ୍କାମାଳ , ତାଲାକୋଟ ସମେତ ଅନେକ ଗ୍ରାମରେ ବେନିୟମ ଭାବରେ ବିଷାକ୍ତ ଖଜୁରୀ ତାଡ଼ି ବିକ୍ରି ହେଉଛି। ନିର୍ବାଚନ ପରିଚାଳନା ସ୍ୱଚ୍ଚ କରିବା ପାଇଁ ଅସାଧୁ ବେପାରୀ ମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏଠାରେ କେବଳ ନାମକୁ ମାତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ବେପାରୀ ମାନଙ୍କ ଠାରେ ହଜାର ହଜାର ଲିଟର ବିଷାକ୍ତ ତାଡ଼ି ରହିଥିବା ବେଳେ ଅବକାରୀ ବିଭାଗ ସଲା ସୁତୁରା କରି ୭/୮ ଲିଟର ଥିବା ଦର୍ଶାଇ ମାମଲା ରୁଜୁ କରି ସେମାନଙ୍କୁ ଛାଡ଼ି ଦିଆଯାଉଛି। ଯାହା ଫଳରେ ପୁଣି ସେମାନେ ଏହି କାରବାର କରି ଅଞ୍ଚଳ ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏ ସଂପର୍କ ରେ ସିନାପାଲି ଅବକାରୀ ଥାନା ଅଧିକାରୀ ସ୍ଵଚ୍ଛଲା ପାଢ଼ୀ ଙ୍କୁ ପଚାରିଲେ ଚଢ଼ାଉ ଚାଲିଛି ଓ ମାମଲା ରୁଜୁ କରାଯାଇଛି ବୋଲି ପ୍ରକାଶ କରି ହାଲୁକା ଭାବରେ ଉତ୍ତର ଦେଇଥିଲେ।