Odisha news

ଝୁଲିରହିଛି ବଡଚଣାରେ ବିଜେଡି ପ୍ରାର୍ଥୀ ଚୟନ : ଦୁଇ ଗୋଷ୍ଠୀଙ୍କ ପୃଥକ ବୈଠକରେ ଚରମ ନିଷ୍ପତ୍ତି

0
ଚଣ୍ଡିଖୋଲ : ରାଜନୈତିକ ଦୃଷ୍ଟିକୋଣରୁ ଯାଜପୁର ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ବଡଚଣାରେ ବିଜେଡି ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବିତ ହେଉଥିବା ବେଳେ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଛା ରୋଚକ ସ୍ଥିତିରେ ପହଞ୍ଚିଛି! ଏଠାରେ ଲୋକଙ୍କ ମନଜିଣି ୬ଷ୍ଠ ଥର ପାଇଁ ବିଧାୟକ ହୋଇ ସାରିଥିବା ବିଧାୟକ ଅମରପ୍ରସାଦ ଶତପଥୀ ସପ୍ତମ ଥର ପାଇଁ ପ୍ରାର୍ଥୀ ହେବାକୁ ମୁଖ୍ୟ ଦାବିଦାର ଥିଲାବେଳେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ମଧ୍ୟ ଅନୁରୁପ ଆଶାୟୀ ରହିଛନ୍ତି! ପ୍ରାର୍ଥୀତ୍ୱକୁ ନେଇ ଦୀର୍ଘ ଦିନହେବ  ଏହି ଦୁଇ ନେତୃତ୍ୱଙ୍କ ସମର୍ଥକ ମାନେ ସମାନ୍ତରାଳ ଭାବେ ଏକାଧିକ ସଭା ଓ କର୍ମୀ ସମ୍ମିଳନୀ କରି ନିଜ ନିଜର ସ୍ଥିତି ଯାହିର କରି ଆସିବା ସହ ନିଜନିଜ ସପକ୍ଷରେ ଜନମତ ବୃଦ୍ଧି ପାଇଁ ଚେଷ୍ଟା ଯାରି ରଖିଛନ୍ତି! ତେବେ ସୋମବାର ଦିନ ଏହି ଦୁଇଗୋଷ୍ଟୀଙ୍କ ମଧ୍ୟରେ ପ୍ରାର୍ଥୀତ୍ୱ ଦାବିନେଇ ବିବାଦ ଚରମ ସୀମାରେ ପହଞ୍ଚିଥିବା ଜଣାପଡିଛି! ବିଧାୟକ ଶ୍ରୀ ଶତପଥୀଙ୍କୁ  ଦଳୀୟ ଟିକେଟ ନମିଳିଲେ ତାଙ୍କ ସମର୍ଥକ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ,ଦୁଇ ଜିଲ୍ଲା ପରିଷଦ ସଭ୍ୟ ଓ ଏକାଧିକ ସରପଞ୍ଚ ଏବଂ ସମିତିସଭ୍ୟ/ସଭ୍ୟାଙ୍କ ସହିତ ବହୁ ଛାମୁଆ ସଙ୍ଗଠକ ଦଳରୁ ସମୂହ ଇସ୍ତବା ଦେବା ପାଇଁ ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି! ବଡଚଣା ନିର୍ବାଚନ ମଣ୍ଡଳୀର ଧାନମଣ୍ଡଳ ସ୍ଥିତ ଜଣେ ଦଳୀୟ କର୍ମକର୍ତ୍ତାଙ୍କ ଫାର୍ମରେ ସୋମବାର ଦିନ ବିଧାୟକ ସମର୍ଥକ ମନଙ୍କର ଏହି ବୈଠକ ବସି ଏପରି ଚରମ ନିଷ୍ପତ୍ତି ନିଆଯାଇଛି! ଏଥିସହ ବୈଠକର ସର୍ବସମ୍ମତ ନିଷ୍ପତ୍ତି ସମ୍ପର୍କରେ ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ ଓ ସମସ୍ତ କର୍ମକର୍ତ୍ତାଙ୍କ ଦସ୍ତଖତରେ ଏକ ଚରମ ପତ୍ର ମଧ୍ୟ ବିଜେଡି ହାଇକମାଣ୍ଡଙ୍କୁ ପ୍ରଦାନ କରାଯାଇଛି! ସେହିପରି ଅନୁରୂପ ଭାବେ ଜନ୍ମେଜୟଙ୍କ ସମର୍ଥକ ମାନେ ବଡଚଣା ବ୍ଳକର ଅରଖପୁର ପଞ୍ଚାୟତ ସ୍ଥିତ ଧନଞ୍ଜୟ ନିବାସରେ ଏକାଠିହୋଇ ଦଳୀୟ ଟିକେଟ ପାଇଁ ଯୋରଦାର ଦାବି କରିଛନ୍ତି! ତାଙ୍କ ସପକ୍ଷରେ ୧୦ରୁ ଉର୍ଦ୍ଧ୍ବ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା,ବହୁ ଦଳୀୟ କର୍ମକର୍ତ୍ତା,ତିନିଜଣ ଜିଲ୍ଲା ପରିଷଦ ସଭ୍ୟ,ତିନିଜଣ ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷଙ୍କ ସହ ଛାମୁଆ ଦଳୀୟ ସଙ୍ଗଠକ ପ୍ରମୁଖ ରହିଥିବା ଜଣାପଡିଛି! ଅନ୍ୟପକ୍ଷରେ ବଡଚଣାରୁ ଅନ୍ୟ ଏକ ଦଳରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ପାଇଁ ଆପ୍ରାଣ ଉଦ୍ୟମ ଯାରୀରଖିଥିବା ଜଣେ ଯୁବ ନେତାଙ୍କୁ ବିଧାୟକଙ୍କ ସମର୍ଥକ ମାନେ ଆଗୁଆ ତିବ୍ର ବିରୋଧକରି ତାଙ୍କୁ ବିଜେଡିରେ ଗ୍ରହଣ କରାଗଲେ ଦଳର ପ୍ରଭୂତ କ୍ଷତି ହେବାସହ ଗୋଷ୍ଠୀକନ୍ଦଳ ସୃଷ୍ଟି ହେବବୋଲି ଦର୍ଶାଇ ତାଙ୍କୁ ଦଳରେ ନନେବା ପାଇଁ ହାଇକଯାଣ୍ଡଙ୍କୁ ଅନୁରୋଧ କରିଛନ୍ତି! ଗତ ୮ଦିନ ହେବ ଏଠାରେ ବିଜେପି ଦଳ ପ୍ରାର୍ଥୀ ଘୋଷଣା କରିସାରିଛି! ପ୍ରାର୍ଥୀ ଘୋଷଣା ପରେ ବିଜେବି ସମର୍ଥକ ଉତ୍ସାହିତ ହେବାସହ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଥିଲା ବେଳେ ବିଜେଡି ପକ୍ଷରୁ ଦଳୀୟ ଟିକେଟ ଘୋଷଣା ହୋଇନାହିଁ! ଅପରପକ୍ଷରେ ଏବେ  ଦଳୀୟ ଟିକେଟକୁ ନେଇ ବଡଚଣାର ଦୁଇ ପ୍ରମୁଖ ବିଜେଡି ନେତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଛକାପଞ୍ଛା ଲାଗିରହିବା ଓ ଚରମ ନିଷ୍ପତ୍ତି ଗ୍ରହଣ ଘଟଣା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି!
Nalco
Leave A Reply