Odisha news

ମା ମଙ୍ଗଳାଙ୍କ ଦ୍ଵିତୀୟ ପାଳି ଯାତ୍ରା ,ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା

0
 କାକଟପୁର ତା 02/04, କାକଟପୁର ଅଧିଷ୍ଠାତ୍ରୀ ଦେଵୀ ମା ମଙ୍ଗଳାଙ୍କ ଚୈତ୍ରମାସ ଦ୍ଵିତୀୟ ପାଳି ଯାତ୍ରା ଶେଷ ହୋଇଛି l ରାତ୍ର ଚାରି ଘଟିକା ଠାରୁ ମନ୍ଦିର ଖୋଲାଯାଇ ସ୍ନାନମାର୍ଜନା, ଭିତର ଶୋଧ କାରାଯାଇ ମା ଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା l ବଲ୍ଳଭ ଓ ସକାଳ ଧୂପ ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲାଯାଇଥିଲା l ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାତୃଭକ୍ତ ମାନେ ଧାଡିରେ ଯାଇ ମାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ଦିବା ୧ ଘଟିକା ସମୟରେ ଝଙ୍କଡ଼ରୁ ଆସିଥିବା ଘଣ୍ଟ ପାଟୁଆ ମାନେ ଘଣ୍ଟ ବଜାଇ ପ୍ରାଚୀନଦୀରୁ ଜଳ ତୋଳି ମା ଙ୍କ ବେଢାରେ ଓ ବେଢା ବାହାରେ ମୁଣ୍ଡରେ ଘଟ ରଖି ପାଟୁଆ ନୃତ୍ୟ କରିଥିଲେ l ଦିବା ୩ ଘଟିକା ସମୟରେ ଦ୍ବିପହର ଧୂପ ଓ ଭଅଣ୍ଡ ଧୂପ କାରାଯାଇ ପହୁଡ଼ ପଡିଥିଲା l ଅପରାହ୍ନ ୫ ଘଟିକା ସମୟରେ ସର୍ବସାଧାରଣଙ୍କ ନିମନ୍ତେ ପହୁଡ଼ ଖୋଲାଯାଇଥିଲା l ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଓ ରାତ୍ର ୯ ଘଟିକା ସମୟରେ ରାତ୍ର ଧୂପ ଓ ବଡ଼ସିଂହାର ଅନୁଷ୍ଠିତ କାରାଯାଇ ପହୁଡ଼ ପଡିଥିଲା l କାକଟପୁର ଆଇଆଇସି ବିଜୟ କେତନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମନ୍ଦିର ବେଢାରେ ଓ ବାହାରେ ପୋଲିସ ମୁତୟନ କାରାଯାଇ ଭକ୍ତ ମାନଙ୍କୁ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରାଯାଇଥିଲା l ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳା ବ୍ୟବସ୍ଥାକୁ ତଦାରଖ କରିବା ସହିତ ଭକ୍ତ ମାନଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ l ଆଜିର ପୂଜାପଣ୍ଡା ସେବକ ଭାବେ ଶରତ ଚନ୍ଦ୍ର ଦୀକ୍ଷିତ ଦାଇତ୍ୱ ନିର୍ବାହ କରିଥିଲେ l
Leave A Reply