Odisha news

ପାରାଦୀପ ବନ୍ଦର ପଣ୍ୟ କାରବାର ସର୍ବଭାରତୀୟ ସ୍ତରରେ ରେକର୍ଡ ସୃଷ୍ଟି

0
ପାରାଦୀପ : ବହୁ ଦିନର ସ୍ଵପ୍ନ ପୁରା ହୋଇଛି | ବହୁ ପ୍ରତିଯୋଗୀତା ଭିତରେ ପାରାଦୀପ ବନ୍ଦର ପଣ୍ୟ କାରବାର ସର୍ବଭାରତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛି। ଚଳିତବର୍ଷ ପାରାଦୀପ ବନ୍ଦରର ପଣ୍ୟ କାରବାର ଦେଶରେ  ପ୍ରଥମ ହୋଇଛି। ଚଳିତ ବର୍ଷ ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଏକ ନୂତନ କିର୍ତ୍ତୀମାନ ସ୍ଥାପନ କରିଛି ପାରାଦୀପ ବନ୍ଦର । ପୂର୍ବରୁ ଲଗାତାର ପ୍ରଥମ ହେଉଥିଲା ଗୁଜରାଟ ଦୀନଦୟାଲ ପୋର୍ଟ। ଚଳିତ ଆର୍ଥିକ ବର୍ଷ ସରିବାର ଯଥେଷ୍ଟ ପୂର୍ବରୁ ୧୦୦ ନିୟୁତ ମେଟ୍ରିକ ଟନ୍‌ ଟପିଥିଲା। କ୍ରମାଗତ ୭ମ ଥର ପାଇଁ ୧୦୦ ନିୟୁତ ଟନ୍  ପଣ୍ୟ କାରବାର ରେ ଟପିଥିଲେ ସୁଦ୍ଧା ଏକ ନମ୍ବର ସ୍ଥାନ ଅଧିକାର କରିବାରେ ଟିକିଏ କମ୍ ରହିଥିଲା ।  ପ୍ରଥମ ଥର ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ରେ ୧୦୨.୦୧ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ୧୦୦ ଏମ୍‍.ଏମ୍‍.ଟି. ଅତିକ୍ରମ କରିବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୯.୨୭ ଏମ୍‍.ଏମ୍‍.ଟି., ୨୦୧୯-୨୦ ଆର୍ଥିକ ବର୍ଷ ରେ ୧୧୨.୬୯ ଏମ୍‍.ଏମ୍‍.ଟି. ପଣ୍ୟ କାରବାର କରି ସମଗ୍ର ଦେଶରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। 24 ଘଣ୍ଟା ରେ 24 ଜାହାଜ ବନ୍ଦର ମଧ୍ୟକୁ ଯିବା ଆସିବା କରିବା , କେଫ ସାଇଜ ଜାହାଜ କୁ ହ୍ୟାଣ୍ଡେଲ କରି ବନ୍ଦର ପୂର୍ବରୁ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଥିଲେ ମଧ୍ଯ 2023-24 ଆର୍ଥିକ ବର୍ଷ ରେ ପଣ୍ୟ କାରବାର କ୍ଷମତା ବୃଦ୍ଧି ସହ ସର୍ବଭାରତୀୟ ମେଜର ପୋର୍ଟ ଭିତରେ ଏକ ନମ୍ବର ସ୍ଥାନ ହାସଲ କରିଛି | ଯାହାକୁ ନେଇ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ସମସ୍ତ ବ୍ୟବହାରକାରୀ ସଂସ୍ଥା ଓ ବନ୍ଦର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି
Leave A Reply