Odisha news

ଚଣ୍ଡିଖୋଲରେ ସିକିମ ମୁଖ୍ୟ ବିଚାରପତି : ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ

0
ଚଣ୍ଡିଖୋଲ : ମେଘାଳୟ ରାଜ୍ୟ ସିକିମ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଶ୍ୱନାଥ ସୋମେଦାରଙ୍କୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା! ମୁଖ୍ୟ ବିଚାରପତି ନ୍ୟୟମୂର୍ତ୍ତୀ ସୋମେଦାର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ ସରକାରୀ କାର୍ଯ୍ୟକ୍ରମରେ ସସ୍ତ୍ରୀକ ପୁରୀ ଶ୍ରୀକ୍ଷେତ୍ରକୁ ଆସିଥିଲେ !  ତେବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ସୋମବାର ଦିନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ସିକିମ ଯାଉଥିବା ସମୟରେ ଚଣ୍ଡିଖୋଲ ଠାରେ ତାଙ୍କର ରହଣି ସମୟ ନିରଧାରଣ ହୋଇଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏସପି ଭିନିତ ଅଗରବାଲ,ଅତିରିକ୍ତ ଏସପି ଶୀତିକଣ୍ଠ କାନୁନଗୋ,ଦର୍ପଣ ତହସିଲଦାର ମାନସରଞ୍ଜନ ତ୍ରିପାଠୀ ଏବଂ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ପ୍ରମୁଖ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ! ପରେ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ମାନର ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା! ମୁଖ୍ୟ ବିଚାରପତି ଚଣ୍ଡିଖୋଲ ଛକରୁ ଡାକବଙ୍ଗଳାକୁ ଯିବା ରାସ୍ତାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା! ଡାକ ବଙ୍ଗଳା ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆପ୍ୟାୟିତ କରାଯାଇଥିଲା! ପରେ ସେମାନେ ସିକିମ ଅଭିମୁଖେ ଯାତ୍ରା କରିଥିଲେ!
Leave A Reply