ତିହିଡି,୦୧/୦୪(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ପୀରହାଟସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରିବା ପରେ ଶିକ୍ଷକ ରଘୁନାଥ ଦାଶ ବେଦମନ୍ତ୍ର ପାଠ ଓ ଛାତ୍ରୀମାନେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ଗାନ କରିଥିଲେ । ପ୍ରଧାନ ଶିକ୍ଷକ ଗୟାଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ସଞ୍ଜୟ କୁମାର ମହାନ୍ତି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଲକ୍ଷ୍ମୀଧର ତି୍ରପାଠୀ ଓ ସମ୍ମାନୀତ ଅତିଥିଭାବେ ପ୍ରଦୀପ୍ତ କୁମାର ଦାଶମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଓ ଅଭିଭାବକମାନଙ୍କୁ ଉଦବୋଧନ ଦେଇଥିଲେ । ପରିଚାଳନା କମିଟିର ସଭାପତି ବିଜୟ କୁମାର ରାଉତ, ସଭ୍ୟ ନରେନ୍ଦ୍ର କୁମାର ମିଶ୍ର, ବିଜୟ କୁମାର ପଣ୍ଡା, ଲକ୍ଷ୍ମୀପ୍ରି୍ରୟା ପତି ମଞ୍ଚାସୀନ ହୋଇ ବକ୍ତବ୍ୟ ଦେଇଥିଲେ । ଶିକ୍ଷକ ରମାକାନ୍ତ ବାରିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଜୟ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ । ସଭା କାର୍ଯ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଦୀପ କୁମାର ମହାନ୍ତି, ଦେବବ୍ରତ ନାୟକ, ଶରତ ଚନ୍ଦ୍ର ଦାସ, ଆଦିତ୍ୟ ନାରାୟଣ କର, ବିକାଶ ବେହେରା, ଚିତ୍ରସେନ ପଣ୍ଡା, ସ୍ୱରୂୂପାରାଣୀ ବାରିକ, ମନିଜା ବଳ ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।