Odisha news

ଟକ୍ସିନ ବ୍ୟକ୍ତି ମାନଙ୍କ ମଧ୍ୟରେ ରହିଥାଏ ଏହି ୮ ଟି ଗୁଣ, ନିହାତି ନିଜ ନିକଟରୁ ଦୂରେଇ ରଖନ୍ତୁ ନଚେତ ହୋଇଯିବ ଆପଣଙ୍କ ଜୀବନ ନର୍କ  

0

ଆଜିର ସମୟରେ ଲୋକଙ୍କ ମଧ୍ୟରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢି ଯାଇଥାଏ, ଏମିତିକା ଲୋକ ଆମର କାର୍ଯ୍ୟ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ l ଏଭଳି ଲୋକଙ୍କ ନିକଟରୁ ନିଜକୁ ରକ୍ଷା କରିବା ଖୁବ ଜରୁରୀ l ଆସନ୍ତୁ ଜାଣିବା କିଭଳି ହୋଇଥାଏ ଏଭଳି ଲୋକଙ୍କ ସ୍ୱଭାବ l

* ଯଦି ଆପଣଙ୍କ ନିକଟରେ କିଛି ଏଭଳି ଲୋକ ଅଛନ୍ତି ଯିଏକି ଆପଣଙ୍କ ପର୍ଶନଲ ଓ ପ୍ରଫେସନାଲ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛନ୍ତି ତେବେ ଆପଣ ସମୟ ଥାଉ ଥାଉ ତାଙ୍କ ନିକଟରୁ ଦୂରତା ନିହାତି ରଖନ୍ତୁ l

* ଟକ୍ସିକ ଲୋକେ ସର୍ବଦା ଅନ୍ୟର ଆଟେନସନ ଖୋଜି ଥାଆନ୍ତି l ସେମାନେ ଏଭଳି କିଛି ସ୍ଥିତି ଉତ୍ପନ୍ନ କରି ଥାଆନ୍ତି ଯାହାଦ୍ୱାରା ଅନ୍ୟର ଧ୍ୟାନ ନିଜ ଆଡକୁ ଆକର୍ଷିତ କରି ଥାଆନ୍ତି l ସେମାନେ ଆପଣଙ୍କ ଆଟେନ୍ସନ୍ ଖୋଜିବା ପାଇଁ ଆପଣଙ୍କର ମଧ୍ୟ ହାନି କରିବାକୁ ମଧ୍ୟ ପଛାଇ ନଥାଆନ୍ତି l

* ବିଷାକ୍ତ ଲୋକ ବୋଲି ଏମାନଙ୍କୁ କହିଲେ ଅତ୍ୟୁକ୍ତି ହେବ ନାହିଁ l ଏମାନେ ଅନ୍ୟର ଭାବନାକୁ ଉତେଜିତ କରିବା ପାଇଁ କିଛିବି କରିପାରନ୍ତି l ଏଭଳି ଲୋକେ ନାଟକ ମାଧ୍ୟମ ରେ ଭିକଟିମ୍ କାର୍ଡ ଖେଳିବାରେ ମାହିର ଅଟନ୍ତି l

* ଟକ୍ସିକ ଲୋକେ କାହାରି ପର୍ଶନଲ ସ୍ପେସ ର ଭାଲ୍ୟୁ ରଖନ୍ତି ନାହିଁ l  ଯେ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ରେ ମୁଣ୍ଡ ପୁରାଇବାରେ ମାହିର ଅଟନ୍ତି l ଏବଂ କଥାକୁ ଏପଟ ସେପଟ କରିବାରେ ଏମାନେ ମାହିର ଅଟନ୍ତି l

* ଟକ୍ସିକ ଲୋକେ ସବୁବେଳେ ଚାହିଁ ଥାଆନ୍ତି ଯାହା ସେ ଚାହୁଁଛନ୍ତି ତାହା ପାଇଁ ସମସ୍ତ ପ୍ରକାର ଖରାପ ଚେଷ୍ଟା କରନ୍ତି, ଯେପରିକି ମିଛ କହିବା, ସତ୍ୟ କୁ ଏଡାଇ ଯିବା, ବଢ଼େଇ ଚଢେଇ ଗପିବା l

* ଏଭଳି ବିଷାକ୍ତ ବ୍ୟକ୍ତି ନିଜର କୌଣସି ନିଷ୍ପତି ରେ ସ୍ପଷ୍ଟ ନଥାନ୍ତି l ନିଜର ସବୁ କଥାରେ ସେମାନେ କନଫ୍ୟୁଜ ରହି ଥାଆନ୍ତି ଏବଂ ଅନ୍ୟ ପାଇଁ ମଧ୍ୟ ଅସୁବିଧାର କାରଣ ହୁଅନ୍ତି l

* ଟକ୍ସିକ ଲୋକେ ଯେତିକି ମିଛ କହି ଥାଆନ୍ତି ସେତିକି ବେଇମାନୀ କରିବାରେ ମଧ୍ୟ ଧୁରନ୍ଧର ଅଟନ୍ତି l  ଏମାନେ କଦାପି ବିଶ୍ୱାସ ଯୋଗ୍ୟ ନୁହନ୍ତି l ବେଇମାନି ଏମାନଙ୍କ ଗୋଟିଏ ପ୍ରବୃତି ଅଟେ l

* ଏଭଳି ଲୋକ ଖୁବ କଠୋର ପ୍ରକୃତିର ହୋଇ ଥାଆନ୍ତି , ସେମାନଙ୍କୁ କେବଳ ନିଜ ଫାଇଦାରେ ମତଲବ l ନିଜ କାର୍ଯ୍ୟ ହାସଲ କରିବାପରେ ସେ କାହାର ଖାତିର କରନ୍ତିନାହିଁ l ଏହାଛଡା ନିଜ କାର୍ଯ୍ୟ ହାସଲ କରିବା ପାଇଁ ସେ ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରିବାରେ ମାହିର l ଏଭଳି ଲୋକ ଯଦି ଆପଣଙ୍କ ନିକଟରେ କିଏ ଅଛନ୍ତି ତେବେ ନିହାତି ଦୂରତା ରଖନ୍ତୁ l

Leave A Reply