ନିରାକାରପୁର,୨୧/୩: ବେସରକାରୀ ଅନୁଷ୍ଠାନ ଜୀବନ ବିକାଶ ଦ୍ଵାରା କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ସହାୟତାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଗୋଡିପଡା ଟୋଲ ଗେଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ରାଜପଥରେ ଯାତାୟତ କରୁଥିବା ଗାଡି ଚାଳକ ମାନଙ୍କୁ ସଚେତନ କରିବା ପାଇଁ ଏକ ଅଭିନବ ପ୍ରାୟଶ କରିଥିଲେ।ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ଅର୍ଯ୍ୟ ବିହାର,ନିରାକାରପୁରର ଗୁରୁଜୀ ଗୁରୁମା ଓ ଜୀବନ ବିକାଶର ସ୍ୱେଚ୍ଛାସେବୀ ମିଶି ସଡ଼କ ନିୟମ ପାଳନ କରି ଦୁଇ ଚକିଆ ଯାନ ରେ ହେଲମେଟ ପରିଧାନ କରିଥିବା ଓ ଚାରିଚାକିଆ ଯାନରେ ସିଟ ବେଲ୍ଟ ଲଗାଇଥିବା ଚାଳକ ବନ୍ଧୁଙ୍କୁ ଚକୋଲେଟ,ଗୋଲାପ ଫୁଲ ଦେଇ ସଡ଼କ ନିୟମ ପାଳନ କରୁଥିବାରୁ ଧନ୍ୟବାଦ ଜଣାଇଥିଲେ।ନିୟମ ଅବମାନନା କାରୀକୁ ସଡ଼କ ସୁରକ୍ଷା ନିୟମାବଳୀ ସମ୍ପର୍କୀତ ପୁସ୍ତିକା ପ୍ରଦାନ କରିବା ସହ ସଡ଼କ ନିୟମ ପାଳନ କରିବାକୁ କହିଥିଲେ।ଏହି ସମୟରେ ଲୋକ ସଚେତନ ପାଇଁ ସଡ଼କ ସୁରକ୍ଷା ସଚେତନତା ରଥରେ ସଚେତନତା ବାର୍ତା ଓ କବିତା ପ୍ରସାରିତ ହେଉଥିଲା।ଏହି କାର୍ଯ୍ୟକ୍ରମକୁ ଚାଳକ ବନ୍ଧୁ ପ୍ରଶଂସା କରିଥିଲେ। ଜୀବନ ବିକାଶର ନିର୍ଦେଶକ ବିଭୂତି ଭୂଷଣ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନଳିନୀ ରଥ,ନିହାର ରଞ୍ଜନ ସାମନ୍ତ ସିଂହାର, ପଵିତ୍ର କୁମାର ରାଉତରାୟ, ଅକ୍ଷୟ କୁମାର ମହାପାତ୍ର, ସ୍ମିତା ରାଣୀ ଶ୍ରୀଚନ୍ଦନରାଜଲଷ୍ମୀ ବଳିଆରସିଂ ପ୍ରଭୁତି ଚାଳକ ମାନଙ୍କୁ ପୁରସ୍କାର ପ୍ରଦାନ ସହ ସଚେତନ କରିଥିଲେ।ଶ୍ୟାମା ଶଙ୍କର ମିଶ୍ର, ଜ୍ୟୋତ୍ସ୍ନା ରାଣୀ ଶ୍ରୀଚନ୍ଦନ, ସରୋଜ କୁମାର ପରିଡା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।