ନିର୍ବାଚନ ୨୦୨୪ କୁ ସୂଚାରୁ ରୂପେ ଆୟୋଯନ କରି ଉଦେ୍ଦଶ୍ୟକୁ ସଫଳ କରିବା ଆମ କର୍ତ୍ତବ୍ୟ : ଜିଲ୍ଲା ନିର୍ବାଚନ ଅଧିକାରୀ
ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀ କଲେ ଜିଲ୍ଲାପାଳ ଏବଂ ଏସପି
ବାରିପଦା : ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪କୁ ସୂଚାରୁ ରୂପେ ଆୟୋଜନ କରି ଏହାର ଉଦେ୍ଦଶ୍ୟକୁ ସଫଳ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତତ୍ପରତା ଦେଖାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ନିର୍ବାଚନୀ ପରିଚାଳନା ଓ ଆଦର୍ଶ ଆଚରଣ ବିଧିର ଅନୁପାଳନ ସଂକ୍ରାନ୍ତରେ ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ସିନେ୍ଧ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ମୟୂରଭଞ୍ଜରେ କରଞ୍ଜିଆ ବିଧାନସଭା ପାଇଁ ଷଷ୍ଠ ପର୍ଯ୍ୟାୟରେ ଏବଂ ଅନ୍ୟ ବିଧାନସଭା ପାଇଁ ୭ମ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । ଷଷ୍ଠ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୨୯ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବାବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୬ମଇ ରଖଯାଇଛି । ୯ମଇ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବାବେଳେ ୨୫ମଇ ଦିନ ମତଦାନ ଏବଂ ୪ଜୁନ ଦିନ ଭୋଟ ଗଣତି ହେବ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ଭାବରେ, ଜିଲ୍ଲାରେ ୭ମ ପର୍ଯ୍ୟାୟ ପାଇଁ ଗେଜେଟ୍ ବିଜ୍ଞପ୍ତି ୭ମଇ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୧୪ମଇ ରଖାଯାଇଛି । ୧୭ମଇ ସୁଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୧ ଜୁନ ଦିନ ମତଦାନ ଏବଂ ୪ଜୁନ ଦିନ ଭୋଟ ଗଣତି ହେବାର କାର୍ଯ୍ୟକ୍ରମ ରହିଛି । ଏହି ସନ୍ଦର୍ଭରେ ଜିଲ୍ଲାପାଳ ଜିଲ୍ଲାସ୍ତରରେ ଖର୍ଚ୍ଚ ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲାସ୍ତରୀୟ ମିଡିଆ ସାର୍ଟିଫିକେଟ୍ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ/ପ୍ରାର୍ଥୀ କେନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଗୁଡ଼ିକ ଯଥା ସି-ଭିଜିଲ ଆପ, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ଜିଲ୍ଲା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସୂଚନା ଦେବାକୁ ଯାଇ ଶ୍ରୀ ସିନେ୍ଧ କହିଥିଲେ, ଯେ ଜିଲ୍ଲାରେ ମତଦାତା ସଂଖ୍ୟା ୧୯,୩୧,୭୦୫ ଥିବାବେଳେ ପୁରୁଷ- ୯,୫୬,୮୭୦ ଏବଂ ମହିଳା-୯,୭୪,୭୪୮ । ସମୁଦାୟ ଭୋଟର ମାନଙ୍କ ମଧ୍ୟରୁ ୨୬୮୨୪ ଜଣ ଶାରୀରିକ ଅକ୍ଷମ ବ୍ୟକ୍ତି ଥିବାବେଳେ ନୂତନ ଭୋଟର ସଂଖ୍ୟା ୩୮,୭୫୭ ହୋଇଥିବା ବେଳେ ୮୫ବର୍ଷ ବୟସରୁ ଅଧିକ ୧୫,୬୨୯ ଭୋଟର ଜିଲ୍ଲାରେ ଏହି ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ଭାବରେ ଜିଲ୍ଲାରେ ୯ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୮ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ସଖୀ ବୁଥ ୪୨୪, ଯୁବ ବୁଥ ୮୦, ମିଶ୍ରିତ ବୁଥ ୭୦୦, ଭିନ୍ନକ୍ଷମ ବୁଥ ୯, ସମସ୍ତ ପୁରୁଷ ବୁଥ ୧୧୫୫ ସମେତ ୨୩୬୮ଟି ବୁଥରେ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ କହିଥିଲେ । ଏହାପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ ଗଣମାଧ୍ୟମକୁ ବାର୍ତ୍ତା ଦେଇ କହିଥିଲେ ଯେ, ଏହି ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । କୌଣସି ପ୍ରକାର ଦ୍ୱନ୍ଦ୍ୱ, ହିଂସା ଏବଂ ଅପରଡିକ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତତ୍ସହିତ କିଭଳି ଠିକ ସମୟରେ ଏବଂ ଠିକ ଉପାୟରେ ନିର୍ବାଚନ ପରିଚନ କରିହେବ ସେଠି ପ୍ରତି ପୋଲିସ ପ୍ରଶାସନ ସର୍ବଦା ଜାଗ୍ରତ ରହିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଭୂତି ଭୂଷଣ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ଡେପୁଟି କଲେକ୍ଟର ଇଲେକ୍ସନ ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର ସୁଶ୍ରୀ ବସୁନ୍ଧରା ଭିଟ୍ରିଆ, ଡେପୁଟି କଲେକ୍ଟର ସୁଶ୍ରୀ ଶ୍ରଦ୍ଧା ସୁମନ ଓ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।