ବାରିପଦା : ବାରିପଦା ସଦର ଥାନା ଅନ୍ତର୍ଗତ ଶିରିଶବଣୀ ଅଞ୍ଚଳରୁ ବିଗତ ମାସରେ ହୋଇଥିବା ଦୁଇଟି ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତଦ୍ୱୟ ହେଲେ ବାରିପଦା ସଦର ଥାନା ଅଞ୍ଚଳର ଶବର ସାହିର ରୋହିତ ପଲେଇ ଏବଂ ଶେଖ ଆବିଦୁଲ୍ଳା । ଏଠାରେ ସୂଚନାଯୋଗ୍ୟ ଯେ, ଉକ୍ତ ଅଭିଯୁକ୍ତଦ୍ୱୟଙ୍କ ସହ ୫ଜଣ ନାବାଳକ ମଧ୍ୟ ଧରାପଡ଼ିଛନ୍ତି । ପୋଲିସ ସୂଚନା ଅନୁଯାୟୀ, ଏହି ଦୁଇଜଣ ଦୁର୍ବୁତ୍ତ ଗତ ଜାନୁଆରୀ ମାସ ଏବଂ ଚଳିତ ମାର୍ଚ୍ଚ ୧୨ତାରିଖରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମରୁ ଏହି ଚୋରି ହୋଇଥିଲା । ବିଶେଷ ସୁତ୍ରରୁ ପ୍ରକାଶ ଯେ, ଏହି ଦୁର୍ବୁତ୍ତ ମାନଙ୍କୁ ସେହି ବିଦ୍ୟାଳୟର ୫ଜଣ ୧୦ମ ଶ୍ରେଣୀ ଛାତ୍ର ଏହି ଚୋରିରେ ସାହାଯ୍ୟ କରିଥିଲେ । ଗତକାଲି ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରିବା ସହ ୩୦/୨୪ ରେ ମାମଲା ରୁଜୁ କରି ଆଇପିସି ଧାରା ୪୫୭ ଏବଂ ୩୮୦ ଆଧାରରେ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୬୦ହଜାର ଟଙ୍କା ସମେତ ୨ଟି ଏଲଇଡି ଟିଭି, ୨ଟି ସିଡି, ୫ଟା ହାର୍ଡ ଡିସ୍କ, ୨ଟି ଲାପଟପ୍ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି । ଅଭିଯୁକ୍ତଦ୍ୱୟ ନିଜ ଦୋଷ ସ୍ୱୀକାର କରିଥିବାବେଳେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।