ତିହିଡି,୧୬/୦୩(ଯଦୁମଣି ପାଣିଗ୍ରାହୀ) : ବାରମ୍ବାର ଦାବି ସତ୍ତ୍ୱେ ତିହିଡିକୁ ଏନଏସି ମାନ୍ୟତା ମିଳିପାରିଲା ନାହିଁ । ସରକାର ଇତି ମଧ୍ୟରେ ୫୭ଟି ନୂଆ ଏନଏସି ଘୋଷଣା କରିଥିବା ବେଳେ ଜନସଂଖ୍ୟା, ଗମନାଗମନ ଏବଂ ଅନ୍ୟାନ୍ୟ ପାରିପାଶ୍ୱିର୍କ ସୁବିଧା ଦୃଷ୍ଟିରୁ ଏନଏସି ପାଇଁ ତିହିଡିର ଯୋଗ୍ୟତା ଥିଲେ ମଧ୍ୟ ଏହାକୁ ଏନଏସିର ମାନ୍ୟତା ପ୍ରଦାନ କରା ନଯିବା ପ୍ରତିବାଦରେ ଶନିବାର ଦିନ ତିହିଡି ନାଗରିକ ମଞ୍ଚ ପକ୍ଷରୁ କରାଯାଇଥିବା ତିହିଡି ବନ୍ଦ ସଫଳ ହୋଇଛି । ଏହି ବନ୍ଦକୁ ତିହିଡି ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଶନିବାର ସକାଳ ୬ଟା ଠାରୁ ଅପରାହ୍ଣ ୨ଟା ଯାଏ ତିହିଡିର ଦୋକାନ ବଜାର, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରଖାଯାଇଥିଲା । ନାଗରିକ ମଞ୍ଚର ସଭାପତି ସୋମନାଥ ପାଢୀ, ଆବାହକ ଧୀରେନ୍ଦ୍ର ସାହୁ, କଂଗ୍ରେସ ନେତା ସରୋଜ ଦାସ, ବିପିନବିହାରୀ ପତି, ଅଜୟ ମହାପାତ୍ର, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ରଘୁନାଥ ଜେନା, ଅମୂଲ୍ୟ ସେନାପତି, ରାଜକିଶୋର ନାୟକ, ବସନ୍ତ ମହାପାତ୍ର, ନିରଞ୍ଜନ ବାରିକ, ବିଭୂତି ସେନାପତି. କୈଳାସ ବେହେରା ପ୍ରମୁଖ ବନ୍ଦର ନେତୃତ୍ୱ ନେଇଥିଲେ । ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ବନ୍ଦକୁ ସମର୍ଥନ କରି କଂଗ୍ରେସ ନେତା ଅଶୋକ ଦାସ, ସତ୍ୟାନନ୍ଦ ରାଉତ, ଉଦ୍ଧବ ନାୟକ, ଉମାକାନ୍ତ ଦାସ, ପ୍ରଦୀପ ବଳ, ସିପିଏମ ନେତା ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାସ ଓ ଅଜୟ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।