Odisha news

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ

0
ଛତ୍ରପୁର,୧୩/୩ : ସମଗ୍ର ଶିକ୍ଷା ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ଗଞ୍ଜାମ ଜିଲ୍ଲା ତରଫରୁ ଓସେପାର ଷ୍ଟାର୍ସ ପ୍ରୋଜେକ୍ଟ ମାଧ୍ୟମରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦ ଜଣଙ୍କୁ ଲାପଟପ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରିଣୀ ଅମିତା ପଟ୍ଟନାୟକ ଯୋଗଦେଇ ଆଧୁନିକ ଯୋଗାଯୋଗ ପଦ୍ଧତି ଦ୍ୱାରା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଶୈକ୍ଷିକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ କିପରି ସହାୟତା କରିବ ଓ ସେମାନଙ୍କ ଭବିଷ୍ୟତ ଜୀବନରେ ସାମଗ୍ରିକ ବିକାଶ ସାଧନ ହୋଇପାରିବ ବୋଲି ତାଙ୍କରି ଅଭିଭାଷଣ ରଖି ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷାର ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ଜିଲ୍ଲା ଯୋଜନା ସଂଯୋଜିକା ସାବିତ୍ରୀବାଳା ଦାଶ, ଏସ୍‌ସି/ଏସ୍‌ଟି ବିଭାଗ ସଂଯୋଜକ ଡଃ ସରୋଜ ମୋହନ ପାଳ ପ୍ରମୁଖ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ସେମାନଙ୍କୁ ଏହି ଲାପଟପ୍‌ର ବ୍ୟବହାର କରିବା ଦିଗରେ ଗୁରୁତ୍ୱାରୋ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ କାର୍ଯ୍ୟକ୍ରମକୁ ରିଚାଳନା କରିଥିବା ବେଳେ ଖଲ୍ଲିକୋଟ ବ୍ଲକର ସାଧନକର୍ମୀ ପ୍ରଣବ କୁମାର ଶତଥୀ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ । ସାଇଟ୍ ସେଭର୍ସ ଗଞ୍ଜାମ ଶାଖାର କର୍ମକର୍ତ୍ତା ଉପସ୍ଥିତ ରହି ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ଦୃଷ୍ଟିବାଧିତ ଶିକ୍ଷାର୍ଥୀମାନେ କିପରି ଉତ୍ତମ ରୂେ ବ୍ୟବହାର କରିପାରିବେ ସେ ବିଷୟରେ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିବାଧିତ ଶିକ୍ଷାର୍ଥୀ ସେମାନଙ୍କ ପିତାମାତା, ଅଭିଭାବକ ଉଚ୍ଚ ପ୍ରଶଂସା କରିଥିଲେ । ବ୍ଲକ ସମ୍ବଳ ଶିକ୍ଷକ ବିଜୟ କୁମାର ବେହେରା, ଏମ୍‌.ଡମ୍ବୁରୁ ଦୋରା, ଅଶିବୀନ ପାଇକରାୟ, ଉନ୍ଦ୍ରେ ସେଠୀ, ଦୁର୍ଗା ପ୍ରସାଦ ପ୍ରଧାନ ଓ ହେମନ୍ତ କୁମାର ନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Leave A Reply