ଖରାଦିନ ଆସିଲେ ଆମେ ବଜାରରେ ପ୍ରଚୁର ମାତ୍ରାରେ କାକୁଡି ଦେଖିବାକୁ ପାଇଥାଉ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତି କାକୁଡି କୁ ନିହାତି ନିଜ ଭୋଜନ ରେ ଶାମିଲ କରିବା ଜରୁରୀ l କାହିଁକି ନା କାକୁଡି ଶରୀର କୁ ଡ଼ିଟକ୍ସ କରିଥାଏ l ଯେଉଁ ଲୋକ ମାନଙ୍କର ହାତ ଓ ତଳି ପାଦ ଗରମ ରହିଥାଏ ସେମାନେ ନିହାତି କାକୁଡି ନିୟମିତ ଖାଇବା ଜରୁରୀ l କାହିଁକି ନା ଫଳମୂଳ ଓ ପନିପରିବା ସବୁବେଳେ ଋତୁ ଅନୁସାରେ ଖାଇବା ଜରୁରୀ l କାକୁଡି ର ପ୍ରାକୃତିକ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପକ୍ଷରେ ମଧ୍ୟ ହିତକର ଅଟେ l କାକୁଡି ରେ ୯୫ ପ୍ରତିଶତ ଜଳ ରହିଥାଏ l ତ୍ୱଚା କୁ ହେଲଦି ରଖିବା ସହିତ ପାଚନ ତନ୍ତ୍ର ପାଇଁ କାକୁଡି ଖୁବ ଉପଯୋଗୀ l
ଖରାଦିନେ କାହିଁକି କାକୁଡି ପାୱାର ହାଉସ –
– କାକୁଡି ରେ ୯୫ ପ୍ରତିଶତ ଜଳ ରହିଥାଏ, ତେଣୁ ଖରାଦିନେ ଶରୀର ହାଇଡ୍ରେଟ ରହିଥାଏ ଓ ଶରୀର କୁ ପୋଷଣ ପ୍ରଦାନ କରିଥାଏ l କାକୁଡି ଶରୀର ରୁ ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏଥିରେ ଥିବା ପାଣି ଶରୀର କୁ ସଫା କରିବାର କାମ କରିଥାଏ ଓ ଅପସିସ୍ଟ ପଦାର୍ଥ କୁ ଶରୀର ରୁ ବାହାର କରିବାର ସାହାଯ୍ୟ କରିଥାଏ l
– କୁକର ବିତାସୀନ ଗୋଟିଏ ପ୍ରାକୃତିକ ପଦାର୍ଥ, ଯାହା କାକୁଡି ରେ ରହିଥାଏ l ଏହା ଅଲଗା ଅଲଗା କ୍ୟାନ୍ସର ସେଲ୍ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l ଏହାଛଡା କାକୁଡି ଚୋପା ମଧ୍ୟ ଡାଏଟାରି ଫାଇବର ରେ ଭରପୁର ଅଟେ l ଯାହାକି କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରିଥାଏ , ଯାହାକି ପେଟ ରୁ ବିଷାକ୍ତ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ କୋଲନ କ୍ୟାନ୍ସର ପାଇଁ ଲାଭ ଦାୟକ l
– କାକୁଡି ଫାଇବର, ମଗ୍ନେଶୀୟମ, ପୋଟାସିୟମ ର ପାୱାର ହାଉସ ଅଟେ l ଏହି ପୋଷାକ ତତ୍ୱ ରକ୍ତଚାପ କୁ କମ କରିବାରେ ସାହାଯ୍ୟ କରିଥାଏ l ଏହି କାରଣରୁ ରକ୍ତଚାପ ସନ୍ତୁଳିତ ରହିଥାଏ l
– କାକୁଡି ଗୋଟିଏ ସ୍କିନ ଟୋନର ଭଳି କାର୍ଯ୍ୟ କରିଥାଏ l ତେଣୁ ଖରାଦିନ ରେ କାକୁଡି କୁ ଫେସ ମାସ୍କ ଭାବରେ ବ୍ୟବହାର କରିବା ଉଚିତ l କାକୁଡି ରେ ଭିଟାମିନ ସି ଓ କେଫିକ ଏସିଡ ରହିଥାଏ, ଯାହାକି ସ୍କିନ ଇରିଟେସନ ଓ ଟ୍ୟାନ ରୁ ମୁକ୍ତି ମିଳିଥାଏ l