Odisha news

ବାଇଗଣବାଡ଼ିଆରୁ ଖାଲିନା ପର୍ଯ୍ୟନ୍ତ ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ

0

ଜଳେଶ୍ୱର-୦୯/୦୩ : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଇଗଣବାଡ଼ିଆ ଗାଁ ଠାରୁ ଖାଲିନା ପର୍ଯ୍ୟନ୍ତ ଗ୍ରାମ୍ୟରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଜଳେଶ୍ୱର ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ର । ସୂଚନା ଅନୁସାରେ ବାଇଗଣବାଡ଼ିଆ ଠାରୁ ଖାଲିନା ପର୍ଯ୍ୟନ୍ତ ୫କି.ମି. ୨୫୦ମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ତେବେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପ୍ରଚେଷ୍ଟାରେ ଉକ୍ତ ରାସ୍ତା ପାଇଁ ୭କୋଟି ୨୩ ଲକ୍ଷ ୩୩ହଜାର ଟଙ୍କା ବ୍ୟୟରେ ଉନ୍ନତିକରଣ କାର୍ଯ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଉପାଧ୍ୟକ୍ଷା ସଂଚିତା ସେନାପତି, ଜିଲ୍ଲାପରିଷଦ ମିନତୀ ଜେନା, ସରପଞ୍ଚ ବିଷ୍ଣୁପଦ ପାତ୍ର, ସମିତି ସଦସ୍ୟା ବାସନ୍ତୀ ମାଝୀ, ଦିଲ୍ଲୀପ କୁମାର ସାମଲ, ପ୍ରଭୁରାମ ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍ଇ କ୍ଷୀରୋଦ କୁମାର ସାମଲ, ଅଜୟ ମାଝୀ, ଗଦାଧର ଜେନା ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Nalco
Leave A Reply