ବାଲେଶ୍ୱର-୦୯/୦୩ : ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତିକାନନଠାରେ ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କାଙ୍କ ପୋ÷ରୋହିତ୍ୟରେ କବି ଜୟନ୍ତ ହଂସରାଜଙ୍କର କାବ୍ୟଗ୍ରନ୍ଥ ଗୀତାର୍ପଣ ଉନ୍ମୋଚିତ ହୋଇଯାଇଛି । ଯଶସ୍ୱୀ ଗବେଷକ ଡ. ମଥୁରାନାଥ ହୋତା, ଡ. ଅରବିନ୍ଦ ଗିରି, ବିଶିଷ୍ଟ କବି ଡ. କୁଞ୍ଜବିହାରୀ ଧଳ, ପ୍ରଫେସର ରନôାକର ରାୟ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପୁସ୍ତକଟିର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋଚନା କରିଥିଲେ । କବି ଜୟନ୍ତ ହଂସରାଜ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ପରିଷଦର ସଂପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁନି ନୃତ୍ୟଶିଳ୍ପୀ ସୁହାନୀ ସାଇ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ ସମ୍ଭାଷଣ କରିଥିଲେ । ଅନ୍ୟତମ ଯୁ୍ଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ, କୋଷାଧ୍ୟକ୍ଷ ତପନ ରାୟ, କାର୍ଯ୍ୟକାରୀ କମିଟିର ସଦସ୍ୟ ନିବାରଣ ଜେନା, ଡ. ଭାଗବତ ପ୍ରସାଦ ଦାସଙ୍କ ସମେତ ଶତାଧିକ ସାହିତି୍ୟକ, ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀ ବ୍ୟକ୍ତିିବିଶେଷ ଉପସ୍ଥିତ ଥିଲେ । (ଫଟୋ)
