ଆଜି ହେଉଛି ଫାଲ୍ଗୁନ ଅମାବାସ୍ୟା : ଘଟୁଛି ୪ଟି ଅଦ୍ଭୁତ ସଂଯୋଗ, ସୂର୍ଯ୍ୟ ପୂଜନ ସହିତ ପିତୃ ପୁରୁଷ ଙ୍କୁ ପୂଜା କରିବାର ରହିଛି ବିଶେଷ ଦିନ
ଆଜି ହେଉଛି ଫାଲଗୁନ ମାସର ଅମାବାସ୍ୟା, କୁମ୍ଭ ରାଶିରେ ସୂର୍ଯ୍ୟ, ଶୁକ୍ର ଓ ଶନି ଙ୍କ ସଂଯୋଗ ଘଟିବ l ଯାହାକୁ ତ୍ରିଗ୍ରହୀ ଯୋଗ କୁହାଯାଇଥାଏ l ଅମାବାସ୍ୟା ରେ ଏହି ଯୋଗ ଅନେକ ବର୍ଷ ପରେ ଘଟୁଛି l ଏହାଛଡା ଫାଲଗୁନ ଅମାବାସ୍ୟା ଦିନ ସାଧ୍ୟ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ର ସଂଯୋଗ ଘଟୁଛି l ଯେଉଁଥିରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ l
* ଫାଲଗୁନ ଅମାବାସ୍ୟା ରେ ଓଂ ଆଦ୍ୟ -ଭୁତାୟ ଵିଦମହେ ସର୍ବ -ସର୍ବାୟ ଧୀମହୀ l
ଶିବ ଶକ୍ତି ସ୍ବରୁପେଣ ପିତୃ ଦେବ ପ୍ରଚୋଦାୟତ୍ ” ଏହି ମନ୍ତ୍ରଟିକୁ ପାଠ କରିବା ଦ୍ୱାରା ପିତୃ ଦୋଷ ରୁ ମୁକ୍ତି ମିଳିଥାଏ l
* ଫାଲଗୁନ ଅମାବାସ୍ୟା ରେ ପଶୁ ପକ୍ଷୀ ଙ୍କୁ ଭୋଜନ କରାଇବା ଖୁବ ଶୁଭ ଅଟେ l ଏହାଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୋଇଥାଆନ୍ତି l ଏବଂ ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l
* ଫାଲଗୁନ ଅମାବାସ୍ୟା ରେ ଗାଈ କୁ କଦଳୀ ଓ ଦୁବ ଘାସ ଖାଇବାକୁ ଦେବା ଦ୍ୱାରା ପରିବାର ଉପରୁ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l
* ଆଜିର ଦିନରେ ପ୍ରାତଃ ସମୟରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସହିତ ପୂଜା କରିବା ଦ୍ୱାରା ଜୀବନରୁ ରୋଗ ବୈରାଗ ଦୂର ହେବା ସହିତ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l