Odisha news

କଂଗ୍ରେସ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା: ୱାୟନାଡରୁ ଲଢ଼ିବେ ରାହୁଲ ଓ ତିରୁବନନ୍ତପୁରମରୁ ଶଶି ଥରୁର

0

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମାର୍ଚ୍ଚ ୭ ରେ ଅନୁଷ୍ଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ସ୍ଥିର କରାଯାଇଥିବା ନାମ ଆଧାରରେ ତାଲିକା ପ୍ରକାଶ ପାଇଛି | ତେବେ ଏହି ତାଲିକାରେ ଓଡ଼ିଶାର ନାମ ନାହିଁ | ପ୍ରାର୍ଥୀ ତାଲିକା ମୁତାବକ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେରଳର ୱାୟନାଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି | କଂଗ୍ରେସର ପ୍ରଥମ ତାଲିକାରେ ୩୯ ଜଣଙ୍କ ନାମ ପ୍ରକାଶ ପାଇଛି |

ଏଥିମଧ୍ୟରୁ ୱାୟନାଡରୁ ରାହୁଲ ଗାନ୍ଧୀ, ତିରୁବନନ୍ତପୁରମରୁ ଶଶି ଥରୁର, ଛତିଶଗଡର ରାଜନନ୍ଦଗାଓଁରୁ ଭୁପେଶ ବଘେଲ, ମେଘାଳୟର ଭିନ୍ସେଣ୍ଟ ପାଲା ଏବଂ ତ୍ରିପୁରା ପଶ୍ଚିମରୁ ଆଶିଷ ସାହାଙ୍କ ନାମ ପ୍ରକାଶ ପାଇଛି। କଂଗ୍ରେସର ୩୯ ଜଣ ପ୍ରାର୍ଥୀଙ୍କ ଏହି ପ୍ରଥମ ତାଲିକାରେ ଛତିଶଗଡ଼ ଦୁର୍ଗରୁ ରାଜେନ୍ଦ୍ର ସାହୁ, ମହାସମୁନ୍ଦରୁ ତାମ୍ରଧ୍ୱଜ ସାହୁ, ଶିଵମୋଗାରୁ ଗୀତା ଶିବରାଜକୁମାର, ବାଙ୍ଗାଲୋରରୁ ଡିକେ ସୁରେଶ, କେରଳର ଆଲପୁଜାରୁ କେସି ଭେନୁଗୋପାଲ ପ୍ରମୁଖ ନିର୍ବାଚନ ଲଢ଼ିବେ |

ତେବେ ପ୍ରକାଶ ପାଇଥିବା ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ | ଉଲ୍ଲେଖ ଥାଉ କି ଲୋକସଭା ନିର୍ବାଚନ ପାଇଁ ଏବେ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡିଥିବାବେଳେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା | ଏଥିରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା |

Leave A Reply