Odisha news

କ୍ରିକେଟ ପରେ ରାଜନୀତିରେ କମାଲ ଦେଖାଇବେକି ମହମ୍ମଦ ଶାମି

0

ନୂଆଦିଲ୍ଲୀ : ଖୁବ ଶୀଘ୍ର ଲୋକସଭା ମତଦାନ ତାରିଖ ଘୋଷଣା ହେବାକୁ ଯାଉଛି l ବର୍ତମାନ ବିଜେପି ପକ୍ଷରୁ ପାର୍ଥି ମାନଙ୍କର ପ୍ରଥମ ସୂଚୀ ଜାରି ହୋଇ ଯାଇଛି l କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ନିଜର ପାର୍ଥି ତାଲିକା ଘୋଷଣା କରିପାରେ l ଇତି ମଧ୍ୟରେ ବିଜେପି ପକ୍ଷରୁ ଟିମ୍ ଇଣ୍ଡିଆ ର ଦ୍ରୁତ ତମ ବୋଲର ମହମ୍ମଦ ଶାମି ଙ୍କ ସହିତ ସାକ୍ଷାତ କରାଯାଇଛି  l ମିଳିଥିବା ସୂଚନା ଅନୁସାରେ ଲୋକସଭା ମତଦାନ ରେ ବିଜେପି ପକ୍ଷରୁ ଟିକେଟ ମିଳିପାରେ l କିନ୍ତୁ ବର୍ତମାନ ସୁଦ୍ଧା ଶାମି ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ l

ସୂଚନାଯୋଗ୍ୟ ଯେ ମହମ୍ମଦ ଶାମି ଙ୍କୁ ପଶ୍ଚିମବଙ୍ଗ ରେ ମତଦାନ ଲଢ଼ିବା ପାଇଁ ବିଜେପି ଯୋଜନା କରୁଛି l ଶାମି ପଶ୍ଚିମବଙ୍ଗ ର ବସିରହାଟ ରୁ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି l ବର୍ତମାନ ଏଠାରେ ତୃଣମୂଳ କଂଗ୍ରେସ ର ନୁସରତ ଜହାଁ ସାଂସଦ ଅଛନ୍ତି l ଏବଂ ଏହି ସଂସଦୀୟ କ୍ଷେତ୍ରରେ ସନ୍ଦେଶଖାଲି ଅଂଚଳ ମଧ୍ୟ ଆସୁଛି l ଏହା ସେହି ସନ୍ଦେଶ ଖାଲି ନିକଟରେ ଯାହା କୁ ନେଇ ସାରା ଭାରତ ରେ ରଜନାଟିକ ମାହୋଲ ଗରମ ହୋଇ ଉଠିଥିଲା l ଯେଉଁଠି ମହିଳା ମାନଙ୍କୁ ଟିଏମସି ନେତା ସାହାଜାହାନ ଶେଖ ଯୌନ ଉତ୍ପୀଡ଼ନ କରୁଥିବାର ସୂଚନା ମିଳିଥିଲା l ଅନେକ ଦିନରୁ ବିରୋଧ ପ୍ରଦର୍ଶନ ପରେ ସାହାଜାହାନ ଶେଖ ଙ୍କୁ ଗିରଫ କରାଯାଇ ସିବିଆଇ କୁ ହସ୍ତାନ୍ତର କରାଯାଇଛି l

Leave A Reply