Odisha news

ଏହିସବୁ ଘରୋଇ ଉପାୟରେ ମୁକ୍ତି ପାଆନ୍ତୁ ହାଇ କୋଲେଷ୍ଟ୍ରଲ ନିକଟରୁ, ମାତ୍ର ୫ଦିନ ରେ ଦେଖିପାରିବେ ଏହାର ପ୍ରଭାବ

0

ଆଜିକାଲି କୋଲେଷ୍ଟ୍ରଲ ଗୋଟିଏ ସାଧାରଣ ରୋଗ ହୋଇଗଲାଣି, କୋଲେଷ୍ଟ୍ରଲ ଯେତେବେଳେ ବୃଦ୍ଧି ହୋଇଯାଇଥାଏ ସେତେବେଳେ ମଣିଷ ଅନେକ ଗୁଡିଏ ରୋଗରେ ପୀଡିତ ହୋଇ ଥାଏ l ଯେଉଁ କାରଣରୁ ହୃଦ ଘାତ ସମସ୍ୟା ବୃଦ୍ଧି ହେବା ସହିତ କାର୍ଡିଓ ଭାସ୍କୁଲାର ର ବିପଦ ମଧ୍ୟ ବଢ଼ିଯାଇ ଥାଏ l କୋଲେଷ୍ଟ୍ରଲ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ମଣିଷ ର ଖାଦ୍ୟ ଶୈଳୀ l ଏପରି ସ୍ଥିତି ରେ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିବା ପାଇଁ ଆୟୁର୍ବେଦ ଚିକିତ୍ସା ହେଉଛି ଗୋଟିଏ ଉତ୍ତମ ମାଧ୍ୟମ l

ଆୟୁର୍ବେଦ ଅନୁସାରେ କିଛିଟା ଘରୋଇ ଚିକିତ୍ସା ଦ୍ୱାରା କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିପାଇବl l ଆସନ୍ତୁ ଜାଣିବା ସେହି ଘରୋଇ ଚିକିତ୍ସା ଗୁଡିକ କଣ l

– ମେଥି ଦାନା ବର୍ଦ୍ଧିତ କୋଲେଷ୍ଟ୍ରଲ ପାଇଁ ଗୋଟିଏ ଉତ୍ତମ ମାଧ୍ୟମ ଅଟେ l ଏଥିରେ ପୋଟାସିୟମ, ଆଇରନ, ଜିଙ୍କ, କ୍ୟାଲସିୟମ ଓ ଅନ୍ୟାନ୍ୟ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଥାଏ l ମେଥି ମଞ୍ଜି ଶରୀର ଦ୍ୱାରା କୋଲେଷ୍ଟ୍ରଲ କୁ ଅବସୋସଣ କୁ କମ କରିଥାଏ ତେଣୁ ନିୟମିତ ରାତିରେ ମେଥି ମଞ୍ଜି କୁ ପାଣିରେ ବତୁରାଈ ତାହାକୁ ସକାଳୁ ଛାଣି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ l

– ଏହାଛଡା ନିୟମିତ ବିଟ ରୁଟ ଜୁସ ମଧ୍ୟ ଖୁବ ଉପକାରୀ ଅଟେ l ବିଟରୁଟ ରେ କେରୋଟେନାଏଡ଼ଶ ଓ ଫ୍ଲେବୋନାଏଡ଼ ରହିଥାଏ l ଯାହାକି ହାଇ କୋଲେଷ୍ଟ୍ରଲ ପାଇଁ ଖୁବ ହିତକର l ଏହା ଗୋଟିଏ ଏଭଳି ଜିନିଷ ଯାହାକି ବ୍ଲଡ଼ ପ୍ରେସର କୁ କମାଇବା ସହିତ ମଧୁମେହ ଠାରୁ ମଧ୍ୟ ଦୁରେଇ ରଖିଥାଏ l

– ଧନିଆ ନିଜର ହାଇପୋଗ୍ଲାସେମିକ ପ୍ରଭାବ କାରଣରୁ କୋଲେଷ୍ଟ୍ରଲ କୁ ମୂଳରୁ ଧ୍ବଂସ କରିଥାଏ l ପ୍ରତିଦିନ ଗୋଟିଏ ଚାମଚ ଗୋଟା ଧନିଆ କୁ ପାଣିରେ ଫୁଟାଇ ଉଷୁମ ଉଷୁମ ସେବନ କରନ୍ତୁ l ଏହା ମଧୁମେହ ରୋଗୀ ଙ୍କ ପାଇଁ ମଧ୍ୟ ଖୁବ ହିତକର l

_ ସେଓ ପେକ୍ଟିନ ନାମକ ନାମକ ପୋଷାକ ତତ୍ୱ ଓ ଫ୍ଲେବୋନଏଦ ରେ ଭରପୁର ଅଟେ l ଯାହାକି ହାଇ କୋଲେଷ୍ଟ୍ରଲ ପାଇଁ ଖୁବ ଉପଯୋଗୀ l ଏହାଛଡା ଫୁସ ଫୁସ ଓ ହାର୍ଟ କୁ ମଧ୍ୟ ସୁସ୍ଥ ରଖିଥାଏ l

Leave A Reply