Odisha news

ବିଦେଶରେ ୫୦ ହଜାର ଟଙ୍କାର ଚାକିରୀ ଲୋଭ ଦେଖାଇ ପୁତିନ ସେନାରେ ଭାରତୀୟଙ୍କୁ ଶାମିଲ, ୨ଜଣ ହରାଇ ସାରିଲେଣି ଜୀବନ

0

ନୂଆଦିଲ୍ଲୀ : ରୁଷ ରେ ଆଉ ୭ଜଣ ଭାରତୀୟ ଫସି ରହି ଥିବାର ଖବର ସାମ୍ନାକୁ ଆସିଛି l ଏହାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ଭିଡିଓ ରେ ଏହି ଭାରତୀୟ ନାଗରିକ ମାନେ ସରକାର ଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଅପିଲ କରିଛନ୍ତି l ଏହି ଭିଡିଓ ଟି ସେତେବେଳେ ସାମ୍ନାକୁ ଆସିଲା ନିକଟରେ ଯେତେବେଳେ ସରକାର ରୁଷ ରେ ୨୦ ଭାରତୀୟ ନାଗରିକ ଙ୍କର ଫସି ରହି ଥିବାର ସ୍ୱୀକାର କରିଥିଲେ l ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ୨୦ ଜଣ ଭାରତୀୟ ଙ୍କୁ ଚାକିରୀ ଲୋଭ ଦେଖାଇ ରୁଷ ନିଆ ଯାଇଥିଲା ଏବଂ ପରେ ୟୁକ୍ରେନ ସହିତ ଯୁଦ୍ଧ ପାଇଁ ରୁଷ ସେନାରେ ବ୍ୟବହାର କରାଯାଇ ଥିଲା l

ଏହା ପୂର୍ବରୁ ଗତ ମାସରେ ସୁରଟ ର ହୋମିଲ ଅଶ୍ୱିନ ଭାଇ ମଙ୍ଗୁକିୟା ଯୁଦ୍ଧରେ ମୃତ୍ୟୁ ହୋଇଯାଇ ଥିଲା l ହେମିଲ ରୁଷ ପାଇଁ ଯୁଦ୍ଧ କରୁଥିଲେ l ସୂଚନା ଯୋଗ୍ୟ ଯେ ତାଙ୍କର ମୃତ୍ୟୁ ୟୁକ୍ରେନ ର ମିସାଇଲ ଆଟାକ ରେ ହୋଇଥିଲା l ୨୩ ବର୍ଷୀୟ ହେମିଲ ରୁଷ ସେନା ରେ ହେଲ୍ପର ଭାବରେ ୫୦ ହଜାର ଟଙ୍କାର ଦରମା ରେ ରଖାଯାଇ ଥିଲା l ସୂଚନାଯୋଗ୍ୟ ଯେ ରୁଷ ରେ ଫସି ରହିଥିବା ଅଧିକାଂଶ ଭାରତୀୟ ଭାରତର ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣା ର ଅଟନ୍ତି l ରୁଷ ସେନାରେ ସାମିଲ ଧୋଖା ରେ ହୋଇଥିବା ୨ ଭାରତୀୟ ଙ୍କ ମୃତ୍ୟୁ ହୋଇଛି l ରୁଷ ସେନାରେ ବର୍ତମାନ ଅତି କମ ରେ ଦୁଇ ଡଜନ ଭାରତୀୟ ରହିଛନ୍ତି l ଯାହାଙ୍କୁ ଜବରଦସ୍ତି ଯୁଦ୍ଧ କୁ ପଠା ଯାଇଛି l ଏହି ଭାରତୀୟ ଙ୍କୁ ଟୁରିଷ୍ଟ ଭିସା ଜରିଆରେ ରୁଷ ନିଆଯାଇ ଥିଲା l ପଞ୍ଜାବ ର ରଣବୀର ସିଂହ ଙ୍କ ସମ୍ପର୍କୀୟ ମାନେ କହିଥିଲେ ଯେ ଆମେ ଏଜେଣ୍ଟ ଙ୍କୁ ୧୧ ଲକ୍ଷ ଟଙ୍କା ଦେଇଚୁ l

ଏଜେଣ୍ଟ ପକ୍ଷରୁ ତାଙ୍କୁ ଭଲ ଚାକିରୀ ଦେବା ପାଇଁ କୁହାଯାଇ ଥିଲା l ରଣବୀର ଙ୍କ ପରିଜନ କହିଲେ ଯେ ରୁଷ ରେ ବୁଲୁଥିବା ସମୟ ରେ ସେଠାକାର ପୋଲିସ ତାଙ୍କୁ ଗିରଫ କରିଥିଲା l  ଏହାପରେ ତାଙ୍କୁ ରୁଷ ସେନାଙ୍କୁ ହସ୍ତାନ୍ତର କରାଯାଇ ଥିଲା ବୋଲି ପରିବାର ପକ୍ଷରୁ ଦାବୀ ହେଉଛି l  ରଣବୀର ସିଂହ ଏହି ବିଷୟରେ ନିଜ ପରିବାର କୁ ଫୋନ ଯୋଗେ ଜଣାଇଥିଲେ  l ଏହି ସମୟରେ ଗୋଟିଏ କାଗଜରେ କିଛି ଲେଖାଯାଇ ତାଙ୍କର ହସ୍ତାକ୍ଷର ନିଆଯାଇ ଥିଲା , କିନ୍ତୁ ଏହା ରୁଷ ଭାଷାରେ ଲେଖାଯାଇ ଥିବାରୁ ସେ ବୁଝି ପାରି ନଥିଲେ l କିଛି ସୂତ୍ରରୁ ସୂଚନା ଯୋଗ୍ୟ ଯେ ଉକ୍ତ ବ୍ୟକ୍ତି ମାନେ ରୁଷ ବୁଲି ଯାଇଥିବା ବେଳେ ତାଙ୍କୁ ଜୋର ଜବରଦସ୍ତି ରୁଷ ସେନାରେ ସାମିଲ କରାଯାଇଛି l

Govt
Leave A Reply