ପାରାଦୀପ : ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟଦେଇ ହେଉଥିଲା ଗୋମାଂସ ଚାଲାଣ | ଏହାକୁ ଧରିଲେ ପାରାଦୀପ ବଜରଙ୍ଗ ଦଳ | ଏକ ଗାଡ଼ିରେ ଜାହାଜ କୁ ପରିବା ମାଛ ଏବଂ କିଛି ଖାଦ୍ୟ ସମାଗ୍ରୀ ଚାଲାଣ ହେଉଥିବା ବେଳେ ଏଥିରେ ଚୋରା ଭାବେ ପେଟି ପେଟି ଗୋମାଂସ ଚାଲାଣ ହେଉଥିବା ପର୍ଦ୍ଦାଫାସ ହୋଇଛି | ଗାଡ଼ିଟିକୁ ପାରାଦୀପ ଆଦର୍ଶ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରୁ ଚାରି ପେଟି ଗୋମାଂସ ଅର୍ଥାତ 164 କେଜି ଜବତ କରାଯାଇଥିବା ଜଣାପଡିଛି | ଗୋମାଂସ ଚୋରା ଚାଲାଣ କରୁଥିବା ଜଣେ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରାଯାଇଥିବା ପାରାଦୀପ ଆଦର୍ଶ ଥାନା ଅଧିକାରୀ ସୁଚିତ୍ର ବୀର୍ଯ୍ୟ ଦାସ ପ୍ରକାଶ କରିଛନ୍ତି | ଦୀର୍ଘଦିନ ହେବ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟଦେଇ ଗୋମାଂସ ବିଦେଶ ଚାଲାଣ ହେଉଥିବା ସନ୍ଦେହ କରାଯାଉଥିବା ବେଳେ ଆଜି ଏହା ଧରା ପଡିଛି | ଚାରି ନମ୍ବର ଗେଟ ରେ ସିଆଇଏସଏଫ ର କଡା ତନଖି ଚାଲୁ ରହିଥିବା ବେଳେ କିଭଳି ଏହି ବାଟ ଦେଇ ଗୋମାଂସ ଚାଲାଣ ହେଉଛି ତାହା ମଧ୍ଯ ତଦନ୍ତ ସାପେକ୍ଷ | ଜାହାଜ କୁ ସମାଗ୍ରୀ ଯୋଗାଇବା ନାମରେ ବିଶାଖାପାଟଣା ର ଏକ ସଂସ୍ଥା ଏହା ନେଉଥିବା ବେଳେ ଏବେ ପ୍ରତି ଗାଡି ଉପରେ ସନ୍ଦେହ ସୃଷ୍ଟି ହୋଇଛି |