Odisha news

ବିଧାୟକ ବିଷ୍ଣୁବ୍ରତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

0

ତିହିଡି, ୦୪/୦୩(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ୱାରା ତିହିଡି ବ୍ଲକ ଫତେପୁର, ଭାଟପଡା ଓ ମୁକୁନ୍ଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଦଶମୌଜା କେନାଲରୁ ବାହାରିଥିବା ନାଗରାପିଟା ଡ୍ରେନେଜ୍ କେନାଲ ଶଙ୍ଖିଡାରୁ ନୂଆସାହି ପର୍ଯ୍ୟନ୍ତ ଉନ୍ନତି କରଣ କରାଯିବା ସହିତ ବିଭିନ୍ନ ସ୍ଥାନରେ ୯ଟି ଫୁଟ୍ ବ୍ରିଜ୍, ଆଉଟଲେଟ୍ ଓ କଲଭର୍ଟ ଆଦି ନିର୍ମାଣ କରାଯିବା ନେଇ ୨ କୋଟି ୧୨ ଲକ୍ଷ ୯ ହଜାର ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ବିଧାୟକ । ସେହିପରି ଫତେପୁର ଗାଁରେ ୪ ଲକ୍ଷ ଟଙ୍କାର ଏକ ରାସ୍ତା ନିର୍ମାଣ ସହ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଝିଙ୍କିରିଆରେ ୭ ଲକ୍ଷ ଟଙ୍କା ବ୍ୟୟବରାଦର ଭାଗବତ ପାଠାଗାର ନିର୍ମାଣ ଲାଗି ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ତାଙ୍କ ବଡଭାଇ ଦୁର୍ଗାବ୍ରତ ରାଉତରାୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସଭ୍ୟା ସୁମତି ସେଠୀ, ବ୍ଲକ ସଭାପତି ରଘୁନାଥ ପଣ୍ଡା, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, କୈଳାସ ପରିଡା ଓ ଲକ୍ଷ୍ମୀପ୍ରିୟା ମାଝୀ, ସମିତି ସଭ୍ୟ ତିଳୋତ୍ତମା ବେହେରା ଓ ନକୁଳ ଚରଣ ବାରିକ ଓ ମଧୁସ୍ମିତା ନାୟକ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି ଓ କିର୍ତ୍ତନ ରାଉତ, ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ବାପୁଜୀ ନାୟକ, ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ମଙ୍ଗଳପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ପ୍ରବୀର ନାୟକ, ଉମାକାନ୍ତ ସେଠୀ, ଛନ୍ଦାଚରଣ ନାୟକ ଓ ମହେଶ୍ୱର ବାରିକ ପ୍ରମୁଖ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଫତେପୁରରେ ଶରତ ନାୟକ, ବାବାଜୀ ଜେନା, ଶଶିକାନ୍ତ ନାୟକ, ବାସୁଦେବ ନାୟକ, ଶ୍ରୀଧର ବାରିକ, ଦିଲ୍ଲିପ ବଳ ଓ ଝିଙ୍କିରିଆରେ ହିମାଦ୍ରୀ ରାଉତରାୟ, ଶୁସାନ୍ତ ବାରିକ, ତପନ ନାୟକ, ଦୀନରଞ୍ଜନ ପାଢୀ, ଧିରେନ୍ଦ୍ର ସାହୁ, ବିବେକାନନ୍ଦ ପତି, ସୁରେଶ ନାୟକ, କୈଳାସ ମହାଳିକ, ଅଲେଖ ମହାଳିକ, ପିତାମ୍ବର ମହାଳିକ, କୁନା ମହାନ୍ତି ଓ ସୁରେନ୍ଦ୍ର ସାହୁ ପ୍ରମୁଖ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply