Odisha news

ପୀରହାଟରେ ଦୁଇଟି ପ୍ରମୁଖ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

0
ତିହିଡି, ୨୭.୦୨(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଅଞ୍ଚଳରେ ଦୁଇଟି ପ୍ରମୁଖ ରାସ୍ତାର ଶିଳାନ୍ୟାସ କରିଛନ୍ତି ·ନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ । ଗୋଟିଏ ହେଉଛି ପୀରହାଟରୁ ·ରିବାଟିଆ ଘାଟ ପର୍ଯ୍ୟନ୍ତ ଯାହାକି ଗାନ୍ଧିମାର୍ଗ ନାମରେ ନାମିତ ଏହି ରାସ୍ତାର ଉନ୍ନତିକରଣ ଲାଗି ପ୍ରାୟ ୧୮ କୋଟି ଟଙ୍କା ଏବଂ ଅନ୍ୟଟି ପୀରହାଟ ବାରବାଟିଆ ଆର.ଡି ରାସ୍ତା ଠାରୁ ସାହାପୁର ପଞ୍ଚାୟତ ଅଧିନ ଝିଙ୍କିରିଆ ଭାୟା ନଳତେଇ ରାସ୍ତାର ଉନ୍ନତିକରଣ ଲାଗି ପ୍ରାୟ ୩.୧୯ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଦୁଇ ରାସ୍ତାର ଶିଳାନ୍ୟାସ କରିବା ସହି ବିଧାୟକ ଶ୍ରୀ ରାୟ ନିଜ ବକ୍ତବ୍ୟରେ ଉଭୟ ରାସ୍ତା ଦ୍ୱାରା ଆଖପାଖ ୩ଟି ପଞ୍ଚାୟତର ହଜାର ହଜାର ଲୋକେ ଉପକୃତ ହେବେ କହିଥିଲେ । ଶିଳାନ୍ୟାସ ଉତ୍ସବରେ ବିଧାୟକଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ସରପଞ୍ଚ ପ୍ରଭାତ ମିଶ୍ର, ସମିତି ସଭ୍ୟ ରାଉତ, ପୂର୍ବତନ ସରପଞ୍ଚ ବଳଭଦ୍ର ମାଠ, ମାନସ ରଞ୍ଜନ ସାହୁ, ଅମର ଦାସ, ମାନସ ରଞ୍ଜନ ନାୟକ, ଦେବେନ୍ଦ୍ର ମହାକୁଡ, ଗୋପବନ୍ଧୁ ସେନାପତି, କୃଷ୍ଣଚନ୍ଦ୍ର ମହାନ୍ତି, ଆନନ୍ଦ ପାଣିଗ୍ରାହୀ, ଜଗବନ୍ଧୁ ଧନୀ, ପ୍ରବୋଧ ମହାନ୍ତି, ହିମାଦ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଅପରାହ୍ନରେ ବିଧାୟକ ଶ୍ରୀ ରାୟଙ୍କୁ ବିଜେଡି କର୍ମୀମାନେ ପୀରହାଟରୁ ଏକ ବାଇକ୍ ଶୋଭାଯାତ୍ରାରେ ସାହାପୁର, ନଳତେଇ ଓ ·ରିବାଟିଆ ଘାଟ ପର୍ଯ୍ୟନ୍ତ ନେଇଥିଲେ ।
Nalco
Leave A Reply