Odisha news

ପୁଅ ର ଗୁଳିରେ ମା  ଗୁରୁତର 

0
ଦଶପଲ୍ଲା : ବାଣୀଗୋଛା ଥାନା ଅନ୍ତର୍ଗତ କଳଶାଖମଣ ଗ୍ରାମରେ ପୁଅ ର ଗୁଳିରେ ମା ଆହତ ହୋଇଛି । ସୂଚନା ଅନୁସାରେ ଶନି ବାର ସନ୍ଧ୍ୟା ସମୟ ରେ ସେହି ଗ୍ରାମର ସୁଶାନ୍ତ ପ୍ରଧାନ ମଦ ଖାଇ ତାର ଜେଜେମା ସହ ଝଗଡା କରିଥିଲା । ଏହାକୁ ଛଡ଼ାଇବାକୁ ସୁଶାନ୍ତ ର ଭାଇ ସାଗର ଓ ମା ଦୁହିତା ପ୍ରଧାନ ଯାଇଥିବା ବେଳେ ସୁଶାନ୍ତ ତାର ଭାଇ ସାଗର କୁ ବିରକ୍ତ ହୋଇ  ମାରିଦେବାକୁ ଘରେ ଥିବା ବନ୍ଧୁକ କୁ ଆଣିଥିବା ବେଳେ ସାଗର ଏହାଦେଖି ଦଉଡି ପଳାଇଥିବା ବେଳେ ରାଗରେ ସୁଶାନ୍ତ ତାର ମା ଦୁହିତା କୁ ଗୁଳି କରିଥିଲା । ମାତ୍ର ଗୁଳିଟି ଦୁହିତା ଙ୍କ ଗୋଡ଼ରେ ବାଜିଥିଲା । ଫଳରେ ଦୁହିତା ଗୁରୁତର ଆହତ ହୋଇ ପାଟିକରିବାରୁ ଗ୍ରାମବାସୀ ଆସି ସୁଶାନ୍ତ ଙ୍କୁ କାବୁ କରି ତାଙ୍କ ଠାରୁ ବନ୍ଧୁକ ଛଡ଼ାଇଥିଲେ । ଗୁରୁତର ଦୁହିତା ଙ୍କୁ ଗ୍ରାମବାସୀ ମାନେ ଉଧାର କରି ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ  ତାଙ୍କୁ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।
Leave A Reply