Odisha news

ଏବିଭିପି ପକ୍ଷରୁ ବାରିପଦା ନଗର ସମ୍ମିଳନୀ ଅନୁଷ୍ଠିତ

0

ବାରିପଦା  : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାରିପଦା ନଗର ତରଫରୁ ନଗର ସମ୍ମିଳନୀ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଭାପତି ସ୍ୱରୂପ ପଟ୍ଟନାୟକ, ସମ୍ମାନୀୟ ଅତିଥି ଭାବେ ଶୁଭ୍ରାଂଶୁ ସାହୁ ଏବଂ ମୁଖ୍ୟବକ୍ତା ଭାବେ ସାଇରଞ୍ଜନ ଲେଙ୍କା ଓ ଜିଲ୍ଲା ପ୍ରମୁଖ ପଙ୍କଜ ଦାସଙ୍କ ସହିତ ଜିଲ୍ଲା ସଂଯୋଜକ ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାରିପଦା ନଗର ସଭାପତି ଭାବେ ଦେବାଶିଷ ପାଇକରାୟ, ନଗର ଉପସଭାପତି ସାଇରଞ୍ଜନ୍ ଲେଙ୍କା, ନଗର ସମ୍ପାଦକ ଭାବେ ହିରଣ୍ମୟ ସାମଲ, ସହ ସମ୍ପାଦକ ସୁଭସ୍ମିତା ମହାନ୍ତ, ପ୍ରାଚିତା ମହାନ୍ତ, ସଂଚିତା ନାୟକ, ନଗର କାର୍ଯ୍ୟକାରିଣୀ ସଦସ୍ୟ ଦିପ୍ତିମୟୀ ମହାନ୍ତି, ନଗର ମିଡିଆ ପ୍ରମୁଖ ପଙ୍କଜ ସି, ମୋହିତ ଦାସ, ନଗର ସୋସିଆଲ ମିଡିଆ ପ୍ରମୁଖ କୌଶିକ ନାୟକ, ସିଡିଡି ପ୍ରମୁଖ ଆରତୀ ମାଝୀ ସହ ପ୍ରମୁଖ ମନ୍ଦାକିନୀ, ଏସଏଫଏସ ପ୍ରମୁଖ ଶିବାନୀ ନାୟକ, ଏସଏଫଡି ପ୍ରମୁଖ ସତ୍ୟଜିତ ସାହୁ, ଖେଳ ଭାରତ ପ୍ରମୁଖ ସଂକେତ ଦାସ ଓ ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ସିଦ୍ଧାର୍ଥ ଶଙ୍କର ନାୟକ ଆଦି ଦାୟିତ୍ୱ ଘୋଷଣା ହୋଇଥିଲା । ଶେଷରେ କ୍ଷୀରୋଦ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply