ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ପ୍ରତି ମାସର ପୁର୍ଣିମା ହେଉଛି ସେହି ମାସର ଶେଷ ଦିନ ଅଟେ l ଏବଂ ଏହିଦିନ ର ରହିଥାଏ ଅନେକ ମହତ୍ୱ l ମାଘ ପୁର୍ଣିମା ତିଥି ଅତ୍ୟନ୍ତ ପୁଣ୍ୟକାରୀ ଅଟେ l ଏହାକୁ ମାଘୀ ପୂର୍ଣିମା ମଧ୍ୟ କୁହାଯାଇଥାଏ l ମାଘ ପୂର୍ଣିମା ଦିନ ବିଭିନ୍ନ ପବିତ୍ର ଦିନ ରେ ସ୍ନାନ କରିବାର ଅନେକ ମହତ୍ୱ ରହିଛି l ଚଳିତ ଥର ମାଘ ପୂର୍ଣିମା ଫେବୃଆରୀ ୨୪ ତାରିଖ ରେ ଅନୁଷ୍ଠିତ ହେବ l
– ଏହିଦିନ ଲୋକେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ଙ୍କ ନିକଟରେ ବ୍ରତ ରଖାଯାଇ ଥାଏ l ଏବଂ ମା ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି କରି ପ୍ରସାଦ ଲଗାଯାଇ ଥାଏ l
– ମାଘ ପୁର୍ଣିମା ଦିନ ଚନ୍ଦ୍ର ଦେବଙ୍କର ବିଶେଷ ପୂଜାର୍ଚନା କରାଯାଇ ଥାଏ l ଯାହାଦ୍ୱାରା ସନ୍ତାନ ମାନଙ୍କ ଜୀବନରେ ବିଶେଷ ସୁଖ ସମୃଦ୍ଧି ଦେଖାଦେଇଥାଏ l
– ମାଘ ପୁର୍ଣିମା ଦିନ ସତ୍ୟନାରାୟଣ ପୂଜାର ବିଶେଷ ମହତ୍ୱ ରହିଛି, ଏହିଦିନ ପୂଜା କରିବା ଖୁବ ଫଳଦାୟୀ ହୋଇଥାଏ l
– ଚଳିତ ଥର ମାଘ ପୁର୍ଣିମା ଶନିବାର ଦିନ ପଡୁଛି, ତେଣୁ ଏହିଦିନ ଶନିଦେବଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l
– ମାଘ ପୁର୍ଣିମା ଦିନ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଲକ୍ଷ୍ମୀ ନିକଟରେ ‘ଓଂ ଶ୍ରୀଙ୍ଗ ହିଲିଂ କ୍ଳିଙ୍ଗ ଶ୍ରୀ ସିଦ୍ଧି ଲକ୍ଷ୍ମଇ ନମଃ ‘ l ଏହି ମନ୍ତ୍ରଟି ପାଠ କରିବା ଦ୍ୱାରା ବ୍ୟବସାୟ ରେ ସଫଳତା ମିଳିଥାଏ l
– ଆଜିର ଦିନରେ ସ୍ନାନ ଦାନ ର ଅନେକ ମହତ୍ୱ ରହିଛି l ଆଜିର ଦିନରେ ସ୍ନାନ ଦାନ ଭଳି ମହତ କାର୍ଯ୍ୟ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ l