ତିହିଡି, ୨୨/୦୨(ଯଦୁମଣି ପାଣିଗା୍ରହୀ): ·ନ୍ଦବାଲି ନିର୍ବାଚନମଣ୍ଡଳୀର ସାମଗ୍ରୀକ ବିକାଶ ହୋଇଛି । ବିଗତ ଦିନରେ ଏହି ନଦୀ ନାଳ ଭରା ନିର୍ବାଚନ ମଣ୍ଡଳୀରେ ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଏପରିକି ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଘୋର ସମସ୍ୟା ରହିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ରହିଛି । ଲୋକଙ୍କ ଭଲ ପାଇବା ଥିବାରୁ ସେ ୨୦୦୦ ମସିହା ଠାରୁ ରାଜଗାଦି ସମ୍ଭାଳି ଲୋକଙ୍କ ସେବା କରି ଆସୁଛନ୍ତି । ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥର ନବୀକରଣ, ବାଂଶଡା ସେତୁ, ·ନ୍ଦବାଲିରେ ଗ୍ରୀଡ୍ ସ୍ଥାପନ ଓ ଧାମରା-ଜାମଝାଡି ରାସ୍ତାର ନବୀକରଣ ଆଦି ବୃହତ୍ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ଏବଂ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏତତ୍ ବ୍ୟତିତ ତିନିତର ଠାରୁ ସେତୁ ନିର୍ମାଣଧିନ ଏବଂ ·ରିବାଟିଆ, ବାଲିଆପାଳ ଓ ଧାନଖଣିଆରେ ସେତୁ ନିର୍ମାଣ ପାଇଁ ଟେଣ୍ଡର ମଧ୍ୟ ସରିଛି ଏବଂ ଖୁବ୍ ଶୀଘ୍ର କାର୍ଯ୍ୟାରମ୍ଭ ହେବାକୁ ଯାଉଛି । ସେହିପରି ନଦୀବନ୍ଧ ସୌନ୍ଦର୍ଯ୍ୟକରଣ, ଆଡିବନ୍ଧ ସୁଦୃଢିକରଣ, ଆରଡି ବାବା ଆଖଣ୍ଡଳମଣୀ ମନ୍ଦରୀର ନବକଳେବର, ·ନ୍ଦବାଲିରେ ଉଚ୍ଚ ସେବା ସମ୍ପନ୍ନ ମେଡିକାଲ, କୃଷି ଓ କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବହୁ ଯୋଜନା ହାତକୁ ନିଆଯାଇଛି । ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଆଜି ସାରା ଭାରତ ବର୍ଷ ତଥା ବିଶ୍ୱ ଦରବାରରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଭଲପାଇବା ରହିଲେ ଷଷ୍ଠ ଥର ଭାବେ ସେ ନିର୍ବାଚିତ ହୋଇ ପୂନଶ୍ଚ ରାଜ୍ୟବାସୀଙ୍କ ସେବା କରିପାରିବେ ବୋଲି ଭଦ୍ରକ ଜିଲ୍ଲା ·ନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅଧିନ ନରେନ୍ଦ୍ରପୁର, ଯାମଜୋଡି ଓ ରାଜନଗର ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଡ. ବ୍ୟୋମକେଶ ରାୟ ସାଧାରଣ ଜନତାଙ୍କୁ ଏପରି ଉଦ୍ବୋଧନ ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅଧିନ ·ନ୍ଦବାଲି ଓ ତିହିଡି ବ୍ଲକର ୪୫ଟି ପଞ୍ଚାୟତ ସମେତ ପୌରଞ୍ଚଳର ସମସ୍ତ ୱାର୍ଡରେ ଏପରି କାର୍ଯ୍ୟକ୍ରମରେ ଯୋଗଦେଇ ହଜାର ହଜାର ଲୋକଙ୍କ ସମ୍ପର୍କରେ ଆସିଛନ୍ତି ଏବଂ ସମସ୍ତଙ୍କ ଠାରୁ ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ରହିଥିବା ସେ ଜାଣିବାକୁ ପାଇଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରାୟ ବିରୋଧିଙ୍କୁ କଡ୍ଡା ଜବାବ୍ ଦେଇଛନ୍ତି । ଏହି ତିନି ପଞ୍ଚାୟତର ସଚେତନତା କାର୍ଯ୍ୟକ୍ରମରେ ବିଧାକୟ ଡ. ରାୟଙ୍କ ସହ ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ପି୍ରନ୍ସ୍ ରାକେଶ ନାୟକ ଓ ରଞ୍ଜନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ନରେଶ ମାଝୀ, ସରପଞ୍ଚ ପ୍ରଶାନ୍ତ ବିଶ୍ୱାଳ ଓ ଗୌରୀମଣି ପାଣିଗ୍ରାହୀ, ୯ ପଞ୍ଚାୟତର ସଭାପତି ମାନସ ରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ସୁବାଶ ସେଠୀ, ମାନସ ସାହୁ, ଅମର ନାୟକ, ଜିତେନ୍ଦ୍ର ପାଣି, ତାପସ ରଞ୍ଜନ ନାୟକ, ପପୁ ବିଶ୍ୱାଳ, ଶୀତଳ ବେହେରା, ସନାତନ ବାରିକ, ସୁଧାଂଶୁ ନାୟକ, ଲକ୍ଷ୍ମୀଧର ପାଢୀ, ଶ୍ରୀଧର ନାୟକ, କେଦାର ବଳ ଓ ଆନନ୍ଦ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ ହୋଇଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗଣେଶ ପାତ୍ର, ଶରତ ପଣ୍ଡା, ଦାମୋଦର ଧଳ, ଦୀନବନ୍ଧୁ ମହାକୁଡ, ସତ୍ୟାନନ୍ଦ ଧଳ, ଭାରତୀ ବାରିକ, ଜାଗୃତି ପଣ୍ଡା, ସୁନିତା ପାଢୀ,ଅଜୟ ରାଉତ, ଅର୍ଜୁନ ନାୟକ, ଅକ୍ଷୟ ପାଣିଗ୍ରାହୀ, ଚର୍ତୁଭୁଜ ମଳିକ, ସାଧୁଚରଣ ମଳିକ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଉମାକାନ୍ତ ପାଣିଗ୍ରାହୀ, ମନ୍ମଥ ନାୟକ, ପ୍ରଶାନ୍ତ ବଳ, ଅଜୟ ପରିଡା, ନାରାୟଣ ଚନ୍ଦ୍ର ରାଉତ, ପ୍ରଫୁଲ ତ୍ରିପାଠୀ, ଶଙ୍କର୍ଷଣ ଧଳ, ଗଗନ ପଲେଇ, ପ୍ରଫୁଲ ପଣ୍ଡା, ଅଭୟ ଦାସ, ପ୍ରହ୍ଲାଦ ନାୟକ, ଆଲୋକ ରାଉତଙ୍କ ସମେତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ, ମହିଳା ମହାସଂଘ ଓ ମହିଳା ମଣ୍ଡଳର କର୍ମକର୍ତ୍ତା ପରି·ଳନାରେ ସହଯୋଗ କରିଥିବା ବେଳେ ଶହସ୍ରାଧିକ ମହିଳା ଓ ପୁରୁଷ ଯୋଗଦେଇ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
