Odisha news

ଗୁରୁବାର ଦିନ ତୁଳସୀ ବୃକ୍ଷରେ କରନ୍ତୁ ଏହି ଗୋଟିଏ ଉପାୟ , ଦୂର ହେବ ଜୀବନ ର ସମସ୍ତ କ୍ଳେଶ ଓ ଦୁଃଖ

0

ସନାତନ ଧର୍ମରେ ତୁଳସୀ ବୃକ୍ଷର ଖୁବ ମହତ୍ୱ ରହିଛି l ଏହାକୁ ନୀତିଦିନ ପୂଜା କରିବା ଦ୍ୱାରା ଘରକୁ ସୁଖଶାନ୍ତି ର ଆଗମନ ହୋଇଥାଏ l କିଛିଟା ଉପାୟ କରିବା ଦ୍ୱାରା ଘରର ବାତାବରଣ ରେ ସୁଖ ଶାନ୍ତି ଆସିଥାଏ l ସେହିଭଳି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଘରେ ସୁଖଶାନ୍ତି ରହିଥାଏ ଓ କଳହ ଦୂର ହୋଇଥାଏ l

– ଗୋଟିଏ ଲୋଟା ରେ ଜଳ ଭରି ରଖନ୍ତୁ , ଏବଂ ସେଥିରେ ୭ଟି ତୁଳସୀ ପତ୍ର ପକାଇ ରଖନ୍ତୁ l ଏବଂ ସେହି ଜଳକୁ ୨୪ ଘଣ୍ଟା ପାଇଁ ତୁଳସୀ ଚଉରା ନିକଟରେ ରଖି ଦିଅନ୍ତୁ l ପରଦିନ ଏହି ଜଳକୁ ଘରର ମୁଖ୍ୟ ଦ୍ୱାର ସହିତ ଚାରିଆଡେ ଛିଂଚି ଦିଅନ୍ତୁ l ଯଦି ଘରେ କଳହ ଓ କ୍ଳେଶ ଲାଗି ରହୁଛି ତ ପ୍ରତିଦିନ ଏହି ଉପାୟ କରନ୍ତୁ l

– ନିଜ ତୁଳସୀ ବୃକ୍ଷ ନିକଟରେ ଗୋଟିଏ କଦଳୀ ଗଛ ଲଗାଇ ନିଅନ୍ତୁ l ପ୍ରତିଦିନ ସକାଳୁ ଉଭୟ ବୃକ୍ଷକୁ ମିଳିତ ଭାବରେ ଜଳ ଅର୍ପଣ କରନ୍ତୁ l ଏହାଦ୍ୱାରା ଆପଣ ଲକ୍ଷ୍ମୀ ନାରାୟଣ ଙ୍କୁ ଜଳ ଅର୍ପଣ କରିବା ସହିତ ସମାନ ଅଟେ l ଏହାଦ୍ୱାରା ପାରିବାରିକ ସମସ୍ୟା ଦୂର ହୋଇଥାଏ l

– ପ୍ରତିଦିନ ସ୍ୱାମୀ ସ୍ତ୍ରୀ ଗାଧୋଇ ସାରି ଗୋଟିଏ ଢାଳ ଜଳରେ ତୁଳସୀ ପତ୍ର ପକାଇ ସେଥିରେ ଗଙ୍ଗା ଜଳ ମିଶାଇ ତାହାକୁ ସମ୍ପୂର୍ଣ ଘରେ ଛିଞ୍ଚିବା ଜରୁରୀ l ଏହାଦ୍ୱାରା ଦରିଦ୍ରତା ଓ ବାଧାବିଘ୍ନ ର ନାଶ ହୋଇଥାଏ l

– ବିବାହ କାର୍ଯ୍ୟରେ ବାଧାବିଘ୍ନ ଆସୁଥିଲେ, ତୁଳସୀ ଙ୍କୁ ପ୍ରତି ଗୁରୁବାର ଦିନ ସଂଖା ସିନ୍ଦୁର ଅର୍ପଣ କରିବା ଜରୁରୀ ଓ ଏହାଛଡା ନାଲି ବସ୍ତ୍ର ମଧ୍ୟ ଅର୍ପଣ କରନ୍ତୁ l ଏକାଦଶୀ, ସଂକ୍ରାନ୍ତୀ , ପୂର୍ଣିମା ଦିନ ତୁଳସୀ ପତ୍ର ମଧ୍ୟ ଛିଡ଼ାଇବା ମଧ୍ୟ ଜରୁରୀ ନୁହେଁ l

Leave A Reply